ରାହୁଲ ଗାନ୍ଧୀଙ୍କ ନାଁରେ ମହିଳା ସାମ୍ବାଦିକଙ୍କ ଦୁର୍ବ୍ୟବହାର ଅଭିଯୋଗ, FIR ପାଇଁ ଦାବି!

ଅଭିଯୋଗ ଅନୁସାରେ, ଗତ ୧୨ ଅକ୍ଟୋବର ୨୦୨୬ରେ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ପ୍ରଦର୍ଶନ ସମ୍ପର୍କରେ ରିପୋର୍ଟିଂ କରୁଥିବା ସମୟରେ ଏହି ଘଟଣା ଘଟିଥିଲା।

ସୁପ୍ରିମକୋର୍ଟ ବାହାରେ ମହିଳା ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର ଅଭିଯୋଗକୁ ନେଇ ଏବେ ବଢ଼ିଛି ବିବାଦ। ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣିଛନ୍ତି ମହିଳା ସାମ୍ବାଦିକ ଋଚା ପରାସର। ଏନେଇ ସେ ନୂଆଦିଲ୍ଲୀର ଡିସିପିଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ସହ ତୁରନ୍ତ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୧୨ ଅକ୍ଟୋବର ୨୦୨୬ରେ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ପ୍ରଦର୍ଶନ ସମ୍ପର୍କରେ ରିପୋର୍ଟିଂ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସେତେବେଳେ ଋଚା ତିନି ମାସର ଗର୍ଭବତୀ ଥିଲେ ବୋଲି କହିଛନ୍ତି। ଏହି ଘଟଣା ପରେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡ଼ିଥିଲା। ଘଟଣା ସମ୍ପର୍କିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଦାବି କରାଯାଇଛି।

କ’ଣ ରହିଛି ଅଭିଯୋଗ?
ଋଚାଙ୍କ ଅଭିଯୋଗ ଅନୁସାରେ, ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ପରିସରରୁ ବାହାରୁଥିବା ସମୟରେ ସେ ତାଙ୍କ ଆଡ଼କୁ ମାଇକ୍‌ ବଢ଼ାଇଥିଲେ। ଏହାପରେ ରାହୁଲ ଗାନ୍ଧୀ ତାଙ୍କ କାନ୍ଧ ଧରି ଟାଣିଥିବା ଏବଂ ତାଙ୍କ ସୁରକ୍ଷାକର୍ମୀମାନେ ଧକ୍କା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ସେ ପାହାଚରୁ ଖସି ପଡ଼ିଥିବା ସହ ତାଙ୍କ ମୋବାଇଲ୍‌ ଫୋନ୍‌ ଭାଙ୍ଗିଯାଇଥିବା କହିଛନ୍ତି।

ଏହାପରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ସେ ପେଟରେ ସାମାନ୍ୟ ଯନ୍ତ୍ରଣା ହେଉଥିବା କହିଥିଲେ। ଯାଞ୍ଚ ସମୟରେ ସେ ନର୍ସଙ୍କୁ ନିଜର ଗର୍ଭଧାରଣ ସମ୍ପର୍କରେ ଜଣାଇଥିଲେ। ଏହାପରେ ଏକ୍ସ-ରେ ପରିବର୍ତ୍ତେ ତାଙ୍କର ଅଲ୍‌ଟ୍ରାସାଉଣ୍ଡ କରାଯାଇଥିଲା। ପରେ ବାନ୍ତି ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ଦାବି କରିଛନ୍ତି।

ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୭୪, ୧୧୫(୨), ୧୩୧, ୧୨୫ ଏବଂ ୩(୫) ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଋଚା ଦାବି କରିଛନ୍ତି। ତେବେ ଏହି ଅଭିଯୋଗରେ ପୁଲିସର ପରବର୍ତ୍ତୀ ପଦକ୍ଷେପ ଏବଂ ଘଟଣା ସମ୍ପର୍କିତ ଅନ୍ୟ ପକ୍ଷର ପ୍ରତିକ୍ରିୟା ଗୁରୁତ୍ୱପୂର୍ଣ୍ଣ ରହିବ।

Leave a Reply

Your email address will not be published. Required fields are marked *