କୋଲକାତାର କାଳୀଘାଟରେ ଦୁର୍ଗାପୂଜା ପେଣ୍ଡାଲ ଉଦ୍ଘାଟନ କରିବାକୁ ଯାଉଥିବା ସମୟରେ ଜଣେ ଯୁବତୀ ମମତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିବା ଟିଏମସି ଅଭିଯୋଗ କରିଛି।
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କୋଲକାତାର କାଳୀଘାଟରେ ଦୁର୍ଗାପୂଜା ପେଣ୍ଡାଲ ଉଦ୍ଘାଟନ କରିବାକୁ ଯାଉଥିବା ସମୟରେ ଜଣେ ଯୁବତୀ ମମତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିବା ଟିଏମସି ଅଭିଯୋଗ କରିଛି। ଏହି ଘଟଣା ପରେ ମମତାଙ୍କ ସୁରକ୍ଷାକୁ ନେଇ ନାନା ପ୍ରଶ୍ନ ଉଠିଛି।
ଟିଏମସିର ଅଭିଯୋଗ ଅନୁଯାୟୀ, ମମତା ବାନାର୍ଜୀ ଦୁର୍ଗାପୂଜା ପେଣ୍ଡାଲ ଉଦ୍ଘାଟନ କରିବାକୁ ଯାଉଥିବା ବେଳେ ଜଣେ ଯୁବତୀ ହଠାତ୍ ତାଙ୍କ ନିକଟକୁ ଆସିଥିଲେ। ଏହାପରେ ଯୁବତୀ ଜଣକ ମମତାଙ୍କ ଶାଢ଼ି ଟାଣି ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଯୁବତୀଙ୍କ ନିକଟରୁ ଏକ ଛୁରୀ ମଧ୍ୟ ମିଳିଥିବା ଦଳ ପକ୍ଷରୁ ଦାବି କରାଯାଇଛି।
ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଜଣେ ପ୍ରମୁଖ ରାଜନୈତିକ ନେତ୍ରୀଙ୍କ ନିକଟରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ବଢ଼ାଇଛି।
ତେବେ ଏହି ଘଟଣା ପଛରେ ଯୁବତୀଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ସେ କାହିଁକି ମମତାଙ୍କ ନିକଟକୁ ଆସିଥିଲେ ଏବଂ ଛୁରୀ ରଖିବା ପଛର କାରଣ କ’ଣ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ସମସ୍ତ ଦିଗ ଯାଞ୍ଚ ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ। ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। ମମତାଙ୍କ ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା, ତାହା ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇପାରେ।

