ପୃଥିବୀ ଆଡ଼କୁ ଆସୁଛି ଦୁଇଟି ସୌର କଣିକାର ବାଦଲ; ଜି୨ ଭୂଚୁମ୍ବକୀୟ ଝଡ଼ ପାଇଁ ଆମେରିକାର ଏନ୍‌ଓଏଏର ସତର୍କତା

ଏହାର ପ୍ରଭାବରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୋଇପାରେ । ଏଥିପାଇଁ ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ଏନ୍‌ଓଏଏ)ର ମହାକାଶ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ମଧ୍ୟମ ଧରଣର ଜି୨ ଭୂଚୁମ୍ବକୀୟ ଝଡ଼ ପାଇଁ ସତର୍କତା ଜାରି କରିଛି ।

ସୂର୍ଯ୍ୟରୁ ନିର୍ଗତ ଦୁଇଟି ଶକ୍ତିଶାଳୀ ଚାର୍ଜଯୁକ୍ତ କଣିକାର ବାଦଲ ପୃଥିବୀ ନିକଟରେ ପହଞ୍ଚିବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୋଇପାରେ । ଏଥିପାଇଁ ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ଏନ୍‌ଓଏଏ)ର ମହାକାଶ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ମଧ୍ୟମ ଧରଣର ଜି୨ ଭୂଚୁମ୍ବକୀୟ ଝଡ଼ ପାଇଁ ସତର୍କତା ଜାରି କରିଛି ।

ସୌର ଝଡ଼ ସୂର୍ଯ୍ୟରୁ ଶକ୍ତି ଓ ଚାର୍ଜଯୁକ୍ତ କଣିକା ମହାକାଶକୁ ନିର୍ଗତ ହେବା ଯୋଗୁଁ ସୃଷ୍ଟି ହୁଏ । ଏହାର ଏକ ପ୍ରମୁଖ କାରଣ ହେଉଛି କୋରୋନାଲ୍‌ ମାସ୍‌ ଇଜେକ୍ସନ୍‌ (ସିଏମ୍‌ଇ)। ଏହି ପ୍ରକ୍ରିୟାରେ ସୂର୍ଯ୍ୟରୁ ବିପୁଳ ପରିମାଣର ଚାର୍ଜଯୁକ୍ତ କଣିକା ଓ ଚୁମ୍ବକୀୟ ପଦାର୍ଥ ମହାକାଶକୁ ନିର୍ଗତ ହୋଇଥାଏ । ଏହି ପଦାର୍ଥ ପୃଥିବୀରେ ପହଞ୍ଚି ଏହାର ଚୁମ୍ବକୀୟ କ୍ଷେତ୍ର ସହ ପାରସ୍ପରିକ କ୍ରିୟା କଲେ ଭୂଚୁମ୍ବକୀୟ ଝଡ଼ ସୃଷ୍ଟି ହୋଇପାରେ ।

ଏନ୍‌ଓଏଏର ମହାକାଶ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଅନୁସାରେ, ଅକ୍ଟୋବର ୭ ଓ ୮ ତାରିଖରେ ସୂର୍ଯ୍ୟରୁ ଦୁଇଟି ସିଏମ୍‌ଇ ନିର୍ଗତ ହୋଇଥିଲା । ଦ୍ୱିତୀୟଟି ପ୍ରଥମଟି ତୁଳନାରେ ଅଧିକ ବେଗରେ ଗତି କରୁଥିବାରୁ ପୃଥିବୀ ନିକଟରେ ପହଞ୍ଚିବା ପୂର୍ବରୁ ଉଭୟ ମିଶିଯିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଜି୨ ସ୍ତରର ଭୂଚୁମ୍ବକୀୟ ଝଡ଼ ସୃଷ୍ଟି ହୋଇପାରେ। ତେବେ ଏହାର ପ୍ରକୃତ ପ୍ରଭାବ ସୌର କଣିକାର ବେଗ ଓ ଚୁମ୍ବକୀୟ ଗୁଣଧର୍ମ ଉପରେ ନିର୍ଭର କରିବ ।

Leave a Reply

Your email address will not be published. Required fields are marked *