ନିର୍ବାଚନ କମିସନଙ୍କ ଇସ୍ତଫା ଓ ଏସଆଇଆର ବିରୋଧରେ ଦିଲ୍ଲୀରେ ଇଣ୍ଡି ମେଣ୍ଟର ଗର୍ଜନ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ସାଂସଦଙ୍କୁ ୨ ଘଣ୍ଟା ଅଟକ ରଖିଛି ଛାଡ଼ିଛି ଦିଲ୍ଲୀ ପୁଲିସ ।
ନିର୍ବାଚନ କମିସନଙ୍କ ଇସ୍ତଫା ଓ ଏସଆଇଆର ବିରୋଧରେ ଦିଲ୍ଲୀରେ ଇଣ୍ଡି ମେଣ୍ଟର ଗର୍ଜନ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ସାଂସଦଙ୍କୁ ୨ ଘଣ୍ଟା ଅଟକ ରଖିଛି ଛାଡ଼ିଛି ଦିଲ୍ଲୀ ପୁଲିସ । ମଙ୍ଗଳବାର ଦୀର୍ଘ ୯ ଘଣ୍ଟା ଧରି ପାର୍ଲାମେଣ୍ଟ ଷ୍ଟ୍ରିଟରେ ଥିବା ଆକାଶବାଣୀ ଭବନ ସାମ୍ନାରେ ରାହୁଲ ଗାନ୍ଧୀ ଓ ଇଣ୍ଡିଆ ବ୍ଲକର ୧୪୦ରୁ ଅଧିକ ସାଂସଦ ଧାରଣା ଦେଇଥିଲେ । ପ୍ରଦର୍ଶନସ୍ଥଳରେ ଏନଏସୟୁଆଇ, ଆଇୱାଇସି କର୍ମୀ ହଙ୍ଗାମା କରିବା ପରେ ଦିଲ୍ଲୀ ପୁଲିସ ବିରୋଧୀ ସାସଂଦଙ୍କୁ ବସ୍ରେ ଉଠାଇ ନେଇଥିଲା । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଚରଣଜିତ ସିଂ ଚନ୍ନି, ଦୀପେନ୍ଦ୍ର ହୁଡ୍ଡା, ପବନ ଖେଡ଼ା ସମେତ ବହୁ ସାଂସଦଙ୍କୁ ଅଟକ ରଖାଯାଇଥିଲା ।
ତେବେ ପରେ ସମସ୍ତଙ୍କୁ ଛାଡ଼ିଦିଆଯାଇଛି । ଇଣ୍ଡିଆ ବ୍ଲକର ଲୋକସଭା ଓ ରାଜ୍ୟସଭା ସାଂସଦ ଏକଜୁଟ ହୋଇ ସଂସଦ ଭବନରୁ ବାହାରି ନିର୍ବାଚନ କମିସନ କାର୍ଯ୍ୟାଳୟ ଅଭିମୁଖେ ସେଭ ଡେମୋକ୍ରାସି ମାର୍ଚ୍ଚରେ ବାହାରିଥିଲେ । ହେଲେ ଅଧବାଟରେ ତାଙ୍କୁ ଦିଲ୍ଲୀ ପୁଲିସ ଅଟକାଇଥିଲା । ଏହାପରେ ଆକଶବାଣୀ ଭବନ ସାମ୍ନାରେ ବିରୋଧୀ ସାଂସଦ ପ୍ରାୟ ୯ ଘଣ୍ଟା ଧାରଣାରେ ବସିଥିଲେ । ସେପଟେ ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ କଂଗ୍ରେସ କିମ୍ୱା ଅନ୍ୟ କୌଣସି ବିରୋଧୀ ଦଳଙ୍କ ପକ୍ଷରୁ ତାଙ୍କୁ ବୈଠକ କି ସାକ୍ଷାତ ପାଇଁ ଅନୁରୋଧ କରାଯାଇ ନାହିଁ ।

