ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ । ମଙ୍ଗଳବାର ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ୮ ୱିକେଟରେ ବଡ଼ ବିଜୟ ହାସଲ କରିଛି ।
ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ । ମଙ୍ଗଳବାର ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ୮ ୱିକେଟରେ ବଡ଼ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୧୭୨ ରନର ଟାର୍ଗେଟ ଦିଆଯାଇଥିଲା । ଯାହାକୁ ଭାରତ ୧୪.୨ ଓଭରରେ ୨ୱିକେଟ ବିନିମୟରେ ହାସଲ କରିନେଇଛି । କ୍ୟାପ୍ଟେନ୍ ଶ୍ରେୟସ ଆୟରଙ୍କ ୪୩ବଲରେ ଅପରାଜିତ ୧୦୨ରନ ବଳରେ ଭାରତ ପ୍ରଥମ ଟି-୨୦ରେ ବିଜୟ ହାସଲ କରିଛି । ଏହା ଟି20 ଆନ୍ତର୍ଜାତୀୟରେ ଶ୍ରେୟସ ଆୟରଙ୍କ ପ୍ରଥମ ଶତକ ।

