ଶିଳ୍ପ ନୁହେଁ, ସହର ହିଁ ଅଧିକ ଜଳ ପ୍ରଦୂଷଣ କରିଥାଏ। ତେଣୁ ପୌରପାଳିକାକୁ ଅଧିକ ସଚେତନ ହେବାକୁ ପଡ଼ିବ। ବାୟୁ ପ୍ରଦୂଷଣ ପାଇଁ ଶିଳ୍ପ ଓ ନିର୍ମାଣକୁ ବନ୍ଦ କରାଯାଇପାରିବ ନାହିଁ, କିନ୍ତୁ ଆମେ ବସ୍ ସେବାକୁ ବ୍ୟାପକ କରି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ସୁଦୃଢ଼ କଲେ, ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ରୋକାଯାଇପାରିବ।
ଆମେ ବିକାଶ କରିବାକୁ ଚାହୁଁଛୁ, କିନ୍ତୁ ଏହାଯୋଗୁଁ ପରିବେଶ ସନ୍ତୁଳନ ବିଗିଡ଼ିଯାଉଛି। ଖଣିଜ ଉତ୍ତୋଳନ ଓ ଶିଳ୍ପାୟନ ହିଁ ଓଡ଼ିଶାରେ କାର୍ବନ ଫୁଟପ୍ରିଣ୍ଟ ବୃଦ୍ଧିର ବଡ଼ କାରଣ। ଏଥିପାଇଁ ଆମକୁ ନୀତିଗତ ପଦକ୍ଷେପ ନେବାକୁ ପଡ଼ିବ। ଯେଉଁ ସବୁ ପ୍ଲାଣ୍ଟ ଅଛି, ସମସ୍ତଙ୍କୁ ଅଧିକରୁ ଅଧିକ ଅକ୍ଷୟ ଶକ୍ତି ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ଏହା ହୁଏତ ପରିବେଶକୁ ଅଧିକ ପ୍ରଦୂଷିତ କରିବ ନାହିଁ।
ଶିଳ୍ପ ନୁହେଁ, ସହର ହିଁ ଅଧିକ ଜଳ ପ୍ରଦୂଷଣ କରିଥାଏ। ତେଣୁ ପୌରପାଳିକାକୁ ଅଧିକ ସଚେତନ ହେବାକୁ ପଡ଼ିବ। ବାୟୁ ପ୍ରଦୂଷଣ ପାଇଁ ଶିଳ୍ପ ଓ ନିର୍ମାଣକୁ ବନ୍ଦ କରାଯାଇପାରିବ ନାହିଁ, କିନ୍ତୁ ଆମେ ବସ୍ ସେବାକୁ ବ୍ୟାପକ କରି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ସୁଦୃଢ଼ କଲେ, ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ରୋକାଯାଇପାରିବ।
ସୁରେଶ ମହାପାତ୍ର, ପୂର୍ବତନ ମୁଖ୍ୟ ଶାସନ ସଚିବ:
ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ଓଡ଼ିଶାକୁ ବହୁଳ ମାତ୍ରାରେ ପ୍ରଭାବିତ କରୁଛି। ଚଳିତ ବର୍ଷ ମୌସୁମୀ ଯୋଗୁଁ ରାଜ୍ୟ ଅନେକ ପ୍ରଭାବିତ ହୋଇଛି। ଆମେ ପ୍ରତିବର୍ଷ ଏଭଳି ବନ୍ୟା ସମସ୍ୟାର ସମ୍ମୁଖୀନ ହେବା। ଆମେ ଜଳବାୟୁ ପରିବର୍ତ୍ତନ ସହ ଆଡଜଷ୍ଟ କରି ରହିବାକୁ ହେବ ଓ ପ୍ରତିକାର ବ୍ୟବସ୍ଥା କରିବାକୁ ହେବ। ହୀରାକୁଦ ଡ୍ୟାମ ରେ ସ୍ପିଲ ୱେ କରିବାର ଯୋଜନା ହୋଇଛି।

