ନାଟୋକୁ ରୁଷ୍‌ର ନ୍ୟୁକ୍ଲିୟର ଧମକ, ପୁଟିନଙ୍କ ବଡ଼ ବୟାନ

ନାଟୋକୁ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ ଦେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋରେ ବୋଲଦାଇ ଫୋରମକୁ  ସମ୍ୱୋଧନ ଅବସରରେ ଏଭଳି ଧମକ ଦେଇଛନ୍ତି ରୁଷ ରାଷ୍ଟ୍ରପତି । କହିଛନ୍ତି ରୁଷ ପାଶ୍ଚାତ୍ୟ କିମ୍ୱା ୟୁରୋପୀୟ ରାଷ୍ଟ୍ର ଉପରେ ଆକ୍ରମଣ କରିବ ନାହିଁ ।

ନାଟୋକୁ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ ଦେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋରେ ବୋଲଦାଇ ଫୋରମକୁ  ସମ୍ୱୋଧନ ଅବସରରେ ଏଭଳି ଧମକ ଦେଇଛନ୍ତି ରୁଷ ରାଷ୍ଟ୍ରପତି । କହିଛନ୍ତି ରୁଷ ପାଶ୍ଚାତ୍ୟ କିମ୍ୱା ୟୁରୋପୀୟ ରାଷ୍ଟ୍ର ଉପରେ ଆକ୍ରମଣ କରିବ ନାହିଁ । କିନ୍ତୁ ରୁଷର ସାର୍ବଭୌମତ୍ୱ ଓ ଅଞ୍ଚଳର ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ଉଠାଇବ । ରୁଷର କଲିନିନ୍‌ଗ୍ରାଦ୍ ଅଞ୍ଚଳରେ ହମଲା ହେଲେ ସବୁ ପ୍ରକାର ଅସ୍ତ୍ର ବ୍ୟବହାର କରିବ ରୁଷ। ଏଥିରେ ପରମାଣୁ ଅସ୍ତ୍ର ମଧ୍ୟ ସାମିଲ ରହିବ ବୋଲି ଚେତେଇ ଦେଇଛନ୍ତି ପୁଟିନ । ଏହି ଧମକ ଏପରି ସମୟରେ ଦେଇଛନ୍ତି ରୁଷ ରାଷ୍ଟ୍ରପତି । ଯେତେବେଳେ ବାଲଟିକ ଅଞ୍ଚଳରେ ନାଟୋ ସୈନ୍ୟଙ୍କ ଗତିବିଧି ବଢ଼ିଛି, ସାମରିକ ଅଭ୍ୟାସ ଚାଲିଛି । ଏହାକୁ କଲିନିନ୍‌ଗ୍ରାଦ୍ ପାଇଁ ବିପଦ ଭାବେ ବିଚାର କରୁଛନ୍ତି ପୁଟିନ ।

କାରଣ ଅନ୍ୟପଟେ ଆଖପାଖରେ ନାଟୋ ଦେଶ ରହିଛି। ଅନ୍ୟପଟେ ରୁଷର ସ୍ଥଳଭାଗ ସହ କଲିନିନଗ୍ରାଦ ଯୋଡ଼ି ହୋଇ ରହିନାହିଁ । ବାଲଟିକ ସାଗର ଭିତରେ ଥିବା ଏହି ଅଞ୍ଚଳକୁ ରୁଷ ନିଜ ସାମରିକ ଆଡ୍ଡା ଭାବେ ବ୍ୟବହାର କରି ଆସୁଛି। ଆଉ ସେଠାରେ ନାଟୋ ସେନାର ଗତିବିଧି ଉପରେ ନଜର ରଖିଥାଏ ମସ୍କୋ । ତେଣୁ ନାଟୋ ସୈନ୍ୟ କଲିନିନଗ୍ରାଦ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା ଜାହିର କରି ଧମକ ଦେଇଛନ୍ତି ପୁଟିନ । ଏଥିସର ପାଶ୍ଚାତ୍ୟ ରାଷ୍ଟ୍ର ଓ ୟୁରୋପ ମହାସଂଘ ଉତ୍ତେଜନା ବଢ଼ାଉଥିବା ସେ ଅଭିଯୋଗ ଆଣିଛନ୍ତି । ଆଗାମୀ ବର୍ଷରେ ରୁଷ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ପୁଟିନ । 

ନାଟୋକୁ ପୁଟିନ୍‌ଙ୍କ ଧମକ
ପରମାଣୁ ଅସ୍ତ୍ର ଆକ୍ରମଣ ପାଇଁ ନାଟୋକୁ ରୁଷ୍‌ର ଧମକ
ମସ୍କୋରେ ବୋଲଦାଇ ଫୋରମକୁ ସମ୍ୱୋଧନ ବେଳେ ଧମକ ଦେଲେ ପୁଟିନ୍‌
‘ରୁଷ ପାଶ୍ଚାତ୍ୟ କିମ୍ୱା ୟୁରୋପୀୟ ରାଷ୍ଟ୍ର ଉପରେ ଆକ୍ରମଣ କରିବ ନାହିଁ’
‘ରୁଷର ସାର୍ବଭୌମତ୍ୱ ଓ ଅଞ୍ଚଳର ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ଉଠାଇବ’
ରୁଷର କଲିନିନ୍‌ଗ୍ରାଦ୍ ଅଞ୍ଚଳରେ ହମଲା ହେଲେ ସବୁ ପ୍ରକାର ଅସ୍ତ୍ର ବ୍ୟବହାର କରିବ
ପରମାଣୁ ଅସ୍ତ୍ର ମଧ୍ୟ ସାମିଲ ରହିବ ବୋଲି ଚେତାଇ ଦେଇଛନ୍ତି ପୁଟିନ
ବାଲଟିକ ଅଞ୍ଚଳରେ ନାଟୋ ସୈନ୍ୟଙ୍କ ଗତିବିଧି ବଢ଼ିଥିବା ବେଳେ ଧମକ
ଏହାକୁ କଲିନିନ୍‌ଗ୍ରାଦ୍ ପାଇଁ ବିପଦ ଭାବେ ବିଚାର କରୁଛି ରୁଷ୍

Leave a Reply

Your email address will not be published. Required fields are marked *