ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ । ଯୋଗ୍ୟ ବେକାର ଯୁବକଯୁବତୀଙ୍କୁ ସୁଯୋଗ ନଦେଇ ଅବସରପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକଙ୍କୁ ଅତିଥି ଶିକ୍ଷକ, ଅଧ୍ୟାପକ ଭାବେ ନିଯୁକ୍ତି ଦେବା ନିଷ୍ପତ୍ତି ବିରୋଧରେ ଦାୟର ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ହାଇକୋର୍ଟ ।
ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ । ଯୋଗ୍ୟ ବେକାର ଯୁବକଯୁବତୀଙ୍କୁ ସୁଯୋଗ ନଦେଇ ଅବସରପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକଙ୍କୁ ଅତିଥି ଶିକ୍ଷକ, ଅଧ୍ୟାପକ ଭାବେ ନିଯୁକ୍ତି ଦେବା ନିଷ୍ପତ୍ତି ବିରୋଧରେ ଦାୟର ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କ ୨୦୨୫ ଅକ୍ଟୋବର ୨୩ର ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ଅଦାଲତ ।
ଆବେଦନକାରୀଙ୍କ ଯୁକ୍ତି ଅନୁସାରେ, ନିୟମିତ ପ୍ରକ୍ରିୟାରେ ନିଯୁକ୍ତି ନଦେଇ ଅବସରପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକଙ୍କୁ ଅତିଥି ଭାବେ ନିଯୁକ୍ତି ଦେବା ବେଆଇନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଏନ୍ସିଟିଇ ନିୟମାବଳୀ ଏବଂ ୟୁଜିସି ଗାଇଡ୍ଲାଇନ୍ର ଉଲ୍ଲଂଘନ କରି ଏପରି ନିଷ୍ପତ୍ତି ନିଆଯାଇଥିବା ମାମଲାରେ ଦର୍ଶାଯାଇଛି ।
ବେକାର ଉଚ୍ଚଶିକ୍ଷିତ ଯୁବବର୍ଗଙ୍କୁ ନିଯୁକ୍ତିରୁ ବଞ୍ଚିତ କରି ଅବସରପ୍ରାପ୍ତଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦେବା ଦ୍ୱାରା ସମସ୍ୟା ସୃଷ୍ଟି ହେଉଥିବା ଦର୍ଶାଇ ୨୦୨୫ରେ ମାମଲା ଦାୟର ହୋଇଥିଲା । ଏହା ପରେ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ୪୮୮ ଓ ୬୬୨ ଅନୁଦାନପ୍ରାପ୍ତ କଲେଜ ଏବଂ ସଂସ୍କୃତ ମହାବିଦ୍ୟାଳୟରେ ଅବସରପ୍ରାପ୍ତଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାକୁ ବିରୋଧ କରି ଷ୍ଟେଟ୍ ସିଲେକ୍ସନ ବୋର୍ଡ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କ ନିଯୁକ୍ତି ଦାବିରେ ୨୦୨୬ରେ ସାନି ଆବେଦନ ଦାୟର ହୋଇଥିଲା । ଏହି ସମସ୍ତ ମାମଲାର ଏକାଠି ଶୁଣାଣି କରିଛନ୍ତି ହାଇକୋର୍ଟ ।

