ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ, ଯୋଗଦେଲେ ୨୫୦ରୁ ଅଧିକ ବିଶେଷଜ୍ଞ

ଡିଜିଟାଲ୍ ନିର୍ମାଣ କ୍ଷେତ୍ରରେ ସ୍ଥାୟିତ୍ୱ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣକୁ ନେଇ ଆୟୋଜିତ ଏହି ମେଗା ଇଭେଣ୍ଟରେ ଦେଶ-ବିଦେଶର ୨୫୦ରୁ ଅଧିକ ଗବେଷକ, ଶିକ୍ଷାବିତ୍ ଓ ଶିଳ୍ପ ବିଶେଷଜ୍ଞ ସାମିଲ ହୋଇଛନ୍ତି ।

ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ । ଡିଜିଟାଲ୍ ନିର୍ମାଣ କ୍ଷେତ୍ରରେ ସ୍ଥାୟିତ୍ୱ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣକୁ ନେଇ ଆୟୋଜିତ ଏହି ମେଗା ଇଭେଣ୍ଟରେ ଦେଶ-ବିଦେଶର ୨୫୦ରୁ ଅଧିକ ଗବେଷକ, ଶିକ୍ଷାବିତ୍ ଓ ଶିଳ୍ପ ବିଶେଷଜ୍ଞ ସାମିଲ ହୋଇଛନ୍ତି । ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପରିସରରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ ।

ଏଥିରେ ଜର୍ମାନୀ, ଦକ୍ଷିଣ ଆଫ୍ରିକା, ଆମେରିକା, ସିଙ୍ଗାପୁର, ବ୍ରିଟେନ୍‌ ଆଦି ଦେଶ ସହ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଛନ୍ତି । ନିର୍ମାଣ କ୍ଷେତ୍ରରେ ଗ୍ରୀନ୍ ଟେକ୍ନୋଲୋଜି, ଏଆଇ, ଥ୍ରିଡି ପ୍ରିଣ୍ଟିଂ କଂକ୍ରିଟ୍ ଏବଂ ଜିଓପଲିମର୍‌ ଭଳି ପରିବେଶ-ଅନୁକୂଳ ଜ୍ଞାନକୌଶଳର ବ୍ୟବହାର ଉପରେ ଆଲୋଚନା କରାଯାଉଛି । ଏହାସହ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି, ଜଳ ସ୍ଥାୟିତ୍ୱ ଏବଂ ଗ୍ରାମୀଣ ବିକାଶ ଉପରେ ବିଶେଷ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେଉଛି ।

Leave a Reply

Your email address will not be published. Required fields are marked *