ସାରା ଓଡ଼ିଶାର ଶର୍କିଟ ହାଉସ ପାଇଁ ନୂଆ ନିୟମ ଖୁବ ଶୀଘ୍ର ଆସିବ । ରାଉରକେଲା ଶର୍କିଟ ହାଉସ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଲେ ରାଉରକେଲାର ଶର୍କିଟ ହାଉସ ଘଟଣା ଜନମାନସକୁ ଦୋହଲାଇ ଦେଇଛି ।
ସାରା ଓଡ଼ିଶାର ସର୍କିଟ ହାଉସ ପାଇଁ ନୂଆ ନିୟମ ଖୁବ ଶୀଘ୍ର ଆସିବ । ରାଉରକେଲା ସର୍କିଟ ହାଉସ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଲେ ରାଉରକେଲାର ସର୍କିଟ ହାଉସ ଘଟଣା ଜନମାନସକୁ ଦୋହଲାଇ ଦେଇଛି । ଘଟଣାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ।
ଓଡ଼ିଶା ସର୍କିଟ ହାଉସ ଆକ୍ଟ ର କଣ ଅପବ୍ୟବହାର ହୋଇଛି ସ୍ୱତନ୍ତ୍ର ଟିମ ତାର ତଦନ୍ତ କରୁଛନ୍ତି । ସର୍କିଟ ହାଉସକୁ ସାମୟିକ ଭାବରେ ବନ୍ଦ କରାଯାଇଛି । ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ ନାଜିରଙ୍କୁ ଦାୟିତ୍ୱରୁ ଅପସାରଣ କରାଯାଇଛି । ସାରା ଓଡ଼ିଶାର ସର୍କିଟ ହାଉସ ପାଇଁ ନୂଆ ନିୟମ ଖୁବ ଶୀଘ୍ର ଆସିବ ଓଡିଶା ଭବନ ଭଳିଆ ଅନଲାଇନ ବୁକିଂ ବ୍ୟବସ୍ଥା । କେଉଁ କେଉଁ ଅଧିକାରୀ ପ୍ରତକ୍ଷ ବା ପରୋକ୍ଷ ଭାବରେ ଏହି ଘଟଣାରେ ସାମିଲ ଥିଲେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

