ଘର ଆଗରେ ଅବସରପ୍ରାପ୍ତ ଇନ୍ସପେକ୍ଟରଙ୍କ ନେମ୍‌ପ୍ଲେଟ୍, ଭିତରେ ଚାଲିଥିଲା ଦେହ ବ୍ୟବସାୟ !

ଅନୁଗୋଳ ଅମଲାପଡ଼ା ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ସ୍ପେଶାଲ୍ ସ୍କ୍ୱାଡ୍ ଓ ଅନୁଗୋଳ ଟାଉନ୍ ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଦୁଇ ଜଣ ବାହାର ରାଜ୍ୟର ଯୁବତୀ, ଦୁଇ ଜଣ ଗ୍ରାହକ ଓ ଘର ମାଲିକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

ଘର ଆଗରେ ଲାଗିଥିଲା ‘ଅବସରପ୍ରାପ୍ତ ପୁଲିସ ଇନ୍ସପେକ୍ଟର’ଙ୍କ ନେମ୍‌ପ୍ଲେଟ୍ । ହେଲେ ଘର ଭିତରେ ଚାଲିଥିବା ଅଭିଯୋଗ ହୋଇଥିଲା ଦେହ ବ୍ୟବସାୟ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳରେ ଚଢ଼ାଉ କରିଛି ପୁଲିସ। ଚଢ଼ାଉ ବେଳେ ଦୁଇ ଜଣ ବାହାର ରାଜ୍ୟର ଯୁବତୀ, ଦୁଇ ଜଣ ଗ୍ରାହକ ଓ ଘର ମାଲିକଙ୍କୁ ପୁଲିସ ଅଟକ ରଖିଛି।

ସୂଚନା ଅନୁସାରେ, ଅନୁଗୋଳ ଅମଲାପଡ଼ା ଅଞ୍ଚଳର ଏକ ଘରେ ସନ୍ଧ୍ୟା ସମୟରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ ସ୍ପେଶାଲ୍ ସ୍କ୍ୱାଡ୍ ଓ ଅନୁଗୋଳ ଟାଉନ୍ ଥାନା ପୁଲିସର ମିଳିତ ଟିମ୍‌ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇ ଜଣ ବାହାର ରାଜ୍ୟର ଯୁବତୀଙ୍କ ସହ ଦୁଇ ଜଣ ଗ୍ରାହକଙ୍କୁ ପୁଲିସ ଧରିଥିବା ଜଣାପଡ଼ିଛି। ଏହାସହ ଘର ମାଲିକଙ୍କୁ ମଧ୍ୟ ଅଟକ ରଖାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୁଲିସ ସମସ୍ତଙ୍କୁ ପଚରାଉଚରା କରୁଛି।

ତେବେ ଏହି ଘଟଣାକୁ ନେଇ ଆଉ ଏକ ବଡ଼ ପ୍ରଶ୍ନ ଉଠିଛି। ଅନୁଗୋଳ ଟାଉନ୍ ଥାନା ଓ ଏସ୍‌ପି ଅଫିସ୍‌ଠାରୁ ମାତ୍ର ପ୍ରାୟ ୪୦୦ରୁ ୫୦୦ ମିଟର ଦୂରରେ ଥିବା ଏହି ଘରେ କେବେଠାରୁ ଏଭଳି କାରବାର ଚାଲିଥିଲା? ଏହା ପଛରେ ଆଉ କିଏ କିଏ ଜଡ଼ିତ ଅଛନ୍ତି? ତଦନ୍ତ ପରେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ, ଅଞ୍ଚଳରେ ଏଭଳି କାରବାର ଉପରେ କଡ଼ା ନଜର ରଖାଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *