ସେବା ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବାରଣାସୀରୁ ବାଡ଼ନଗର ଯାତ୍ରାକୁ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ବିଜେପି ଯୁବ ମୋର୍ଚ୍ଚାର ଏକ ଟିମ୍ ଭୁବନେଶ୍ୱର ଷ୍ଟେସନରୁ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ।
ସେବା ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବାରଣାସୀରୁ ବାଡ଼ନଗର ଯାତ୍ରାକୁ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ବିଜେପି ଯୁବ ମୋର୍ଚ୍ଚାର ଏକ ଟିମ୍ ଭୁବନେଶ୍ୱର ଷ୍ଟେସନରୁ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି । ପତାକା ଦେଖାଇ ଏହି ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ରାଜ୍ୟର ୩୦ ଜିଲ୍ଲାରୁ ୩୦ ଜଣ ଯୁବକ ଭୁବନେଶ୍ୱରରୁ ବାହାରି ବାରଣସୀରେ ପହଞ୍ଚିବେ। ୨୫ ଦିନ ଧରି ପ୍ରବାସରେ ଯିବେ ଯୁବକ । ୧୮୦୦ କିଲୋମିଟର ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଆସିବା ପରେ କଣ ପରିବର୍ତ୍ତନ ହୋଇଛି ତାକୁ ଦେଖିବେ । ଜଳ, ଜନ, ସେବା ଏହି ୩ ମନ୍ତ୍ରକୁ ପାଥେୟ କରି ଦେଶର କୋଣ ଅନୁକୋଣରୁ ଯୁବକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଭୁବନେଶ୍ୱରରୁ ବିଶ୍ୱନାଥଙ୍କ ପୀଠ, ସେଠାରୁ ସୋମନାଥଙ୍କ ପୀଠ ଯାଏଁ ଅଭିଯାନ ଚାଲିବ। ମୋଦିଙ୍କ ସମୟର ବିକାଶ, ଆଧୁନକୀକରଣ, ନୀତି ଏବଂ ଅନେକ କିଛି ବାବଦରେ ସେମାନେ ଶିକ୍ଷା ପାଇବେ ।

