ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ଓ ଭାରତ ପରସ୍ପରର ଶକ୍ତି ଓ ସାମର୍ଥ୍ୟରୁ ଶିଖିପାରିବେ ଏବଂ ମିଳିତ ଭାବେ ବିକାଶ ଓ ପ୍ରଗତିର ନୂଆ ରାସ୍ତା ଖୋଲିପାରିବେ। ବିଶେଷକରି ବ୍ରିକ୍ସ ମଞ୍ଚରେ ଉଭୟ ଦେଶର ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସଙ୍କେତ ଦେଇଛନ୍ତି।
ଚୀନ୍ ଓ ଭାରତ ମିଳିତ ଭାବେ କାମ କରି ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରିବା ଉଚିତ ବୋଲି ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ଆହ୍ୱାନ କରିଛନ୍ତି। ରଏଟର୍ସର ଏକ ରିପୋର୍ଟ ଅନୁସାରେ, ଚୀନ୍ର ସରକାରୀ ନ୍ୟୁଜ୍ ଏଜେନ୍ସି ଶିନହୁଆକୁ ଉଦ୍ଧୃତ କରି ଏହି ସୂଚନା ଦିଆଯାଇଛି।
ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ଓ ଭାରତ ପରସ୍ପରର ଶକ୍ତି ଓ ସାମର୍ଥ୍ୟରୁ ଶିଖିପାରିବେ ଏବଂ ମିଳିତ ଭାବେ ବିକାଶ ଓ ପ୍ରଗତିର ନୂଆ ରାସ୍ତା ଖୋଲିପାରିବେ। ବିଶେଷକରି ବ୍ରିକ୍ସ ମଞ୍ଚରେ ଉଭୟ ଦେଶର ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସଙ୍କେତ ଦେଇଛନ୍ତି।
ରଏଟର୍ସ ଅନୁସାରେ, ଚୀନ୍ ରାଷ୍ଟ୍ରପତି ଭାରତ ସହ ନିଜ ଦେଶର ସମ୍ପର୍କକୁ ରଣନୈତିକ ଓ ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ଦେଖୁଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ିଲେ ବ୍ରିକ୍ସର ଭୂମିକା ଆହୁରି ଶକ୍ତିଶାଳୀ ହେବା ସହ ବିଶ୍ୱସ୍ତରରେ ଏହାର ପ୍ରଭାବ ବଢ଼ିପାରେ।