ରାୟଗଡ଼ାରୁ ଆସିଛି ଏକ ଦୁଃଖଦ ଘଟଣା , ଟ୍ରେନ୍ ଧକ୍କାରେ ଚାଲିଗଲା ଏକ ଦନ୍ତା ହାତୀର ଜୀବନ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ରାତିରେ ଚାଟିକଣା-ଥେରୁବାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ବୃନ୍ଦାବାଡ଼ି ନିକଟ ରେଳଧାରଣା ପାର ହେଉଥିବା ବେଳେ ଦନ୍ତା ହାତୀଟି ଟ୍ରେନ୍ ଧକ୍କାର ଶିକାର ହୋଇଥିଲା ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ରାତିରେ ଚାଟିକଣା-ଥେରୁବାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ବୃନ୍ଦାବାଡ଼ି ନିକଟ ରେଳଧାରଣା ପାର ହେଉଥିବା ବେଳେ ଦନ୍ତା ହାତୀଟି ଟ୍ରେନ୍ ଧକ୍କାର ଶିକାର ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦନ୍ତା ହାତୀର ମୃତ୍ୟୁ ଘଟିଛି

ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗର ଟିମ୍ । ହାତୀର ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା, ସେନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ତେବେ ରେଳଧାରଣା ପାର ହେଉଥିବା ସମୟରେ ଦନ୍ତା ହାତୀଟି ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *