ସାପୁଆ ନଦୀରେ ବନ୍ୟା , ଆଠଗଡ଼ର ୧୦ରୁ ଅଧିକ ଗାଁ ଜଳବନ୍ଦୀ

ଲଘୁଚାପଜନିତ ଲଗାଣ ବର୍ଷାରେ ସାପୁଆ ନଦୀରେ ବନ୍ୟା । କଟକ ଆଠଗଡ଼ ଅଞ୍ଚଳରେ ୧୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ସ୍ଥିତି ଏପରି ଲୋକେ ଘର ଛାଡି ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ।

ଲଘୁଚାପଜନିତ ଲଗାଣ ବର୍ଷାରେ ସାପୁଆ ନଦୀରେ ବନ୍ୟା । କଟକ ଆଠଗଡ଼ ଅଞ୍ଚଳରେ ୧୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ସ୍ଥିତି ଏପରି ଲୋକେ ଘର ଛାଡି ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । କୁଲାଇଲୋ ପଞ୍ଚାୟତର କରକମଲ, ଇଚ୍ଛାପୁର ପଞ୍ଚାୟତର ଇଚ୍ଛାପୁର, ଗୁଡୁପଡ଼ା, ମୁକ୍ତାଦେଇପୁର, ମହାକାଳବସ୍ତ ପଞ୍ଚାୟତର ହରିପୁର, ଦହିସରା, ସମସରପୁର ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।  ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଘଟଣାସ୍ଥଳରେ ଆଠଗଡ଼ ବିଧାୟକ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave a Reply

Your email address will not be published. Required fields are marked *