ଦିଲ୍ଲୀରେ ଓଡ଼ିଶା କସରତ୍‌ ! ରାଜନୀତିକ ଦୃଷ୍ଟିରୁ ତିନି ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା

ରାଜନୀତିକ ଦୃଷ୍ଟିରୁ ତିନି ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ , ବିରୋଧୀ ଦଳ ନେତା ଏବଂ ପିସିସି ସଭାପତିଙ୍କ ଦିଲ୍ଲୀ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ମୁଖ୍ୟମନ୍ତ୍ରୀ ତିନି ଦିନ ହେବ ଦିଲ୍ଲୀ ଗସ୍ତରେ ଅଛନ୍ତି ।

ଦିଲ୍ଲୀରେ ଓଡ଼ିଶା କସରତ ! ବର୍ତ୍ତମାନ ଦିଲ୍ଲୀରେ ମୋହନ -ନବୀନ- ଭକ୍ତ । ରାଜନୀତିକ ଦୃଷ୍ଟିରୁ ତିନି ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ , ବିରୋଧୀ ଦଳ ନେତା ଏବଂ ପିସିସି ସଭାପତିଙ୍କ ଦିଲ୍ଲୀ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ମୁଖ୍ୟମନ୍ତ୍ରୀ ତିନି ଦିନ ହେବ ଦିଲ୍ଲୀ ଗସ୍ତରେ ଅଛନ୍ତି । ଦ୍ୱିତୀୟ ଦିନରେ କେନ୍ଦ୍ରୀୟ ଜଳଶକ୍ତି ସମ୍ମିଳନୀରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି କିଛି କେନ୍ଦ୍ରୀୟ ନେତୃତ୍ଵଙ୍କ ଭେଟି  ଆଲୋଚନା କରିପାରନ୍ତି। ବର୍ତ୍ତମାନ ରାଜ୍ୟରେ MMDR ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ନିଶାନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବି ବେଶ ଗୁରୁତ୍ୱ ରଖୁଛି । ଏପରିକି ଆଗକୁ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବି ରହିଛି ।

ତେଣୁ ଦିଲ୍ଲୀରୁ ଫେରିବା ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି  ହୋଇପାରେ । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହା ଗସ୍ତ ବ୍ୟକ୍ତିଗତ  କୁହାଯାଉଥିଲେ ବି ବର୍ତ୍ତମାନ ସ୍ଥିତିରେ ନବୀନଙ୍କ ଦିଲ୍ଲୀ ଗସ୍ତ ଅନେକ ଦିଗକୁ ଇସାରା କରୁଛି । MMDR ସଂଶୋଧନ କୁ ନେଇ ବିଜେଡି ରାଜ୍ୟ ସରକାରଙ୍କୁ ନିଶାନା କରୁଥିବା ବେଳେ ନବୀନଙ୍କ ଦିଲ୍ଲୀକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ସେହିପରି ପିସିସି ସଭାପତି ଭକ୍ତ ଦାସ ବି ଦିଲ୍ଲୀରେ ଅଛନ୍ତି । କୁହାଯାଉଛି ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂଆ ଟିମ୍ ଗଢ଼ିପାରନ୍ତି ଭକ୍ତ ।

Leave a Reply

Your email address will not be published. Required fields are marked *