ସୁନ୍ଦରଗଡ଼ରେ ହାତୀ ଆତଙ୍କ! ୪୬ ହାତୀ ହଜାଇଲେ ଗ୍ରାମବାସୀଙ୍କ ନିଦ

ମହାବୀର ପାହାଡ଼ ଅଂଚଳ ରେ ୨୬ ଟିକିଆ ହାତୀ ପଲ ରହିଥିବା ବେଳେ , ବେଲୁଆବାହାଲ ରେ ୧୬ ଟି , ପଞ୍ଚରା ଅଂଚଳ ରେ ୩ ଟି ଓ ଟିକିଲିପଡା ଅଂଚଳ ରେ ଗୋଟାଏ ଦନ୍ତା ଲୋକଙ୍କ ନିଦ ହଜାଇ ସାରିଲେଣି ।

ସୁନ୍ଦରଗଡ଼ ବଡ଼ ଗାଁ ଫରେଷ୍ଟ ରେଞ୍ଜ ରେ ଏବେ ୪୬ ଟି ହାତୀ ବିଭିନ୍ନ ଅଂଚଳ ରୁ ଆସି ଗ୍ରାମବାସୀ ଙ୍କ ଅଡ଼ୁଆ ବଢ଼ାଇ ସାରିଲେଣି । ମହାବୀର ପାହାଡ଼ ଅଂଚଳ ରେ ୨୬ ଟିକିଆ ହାତୀ ପଲ ରହିଥିବା ବେଳେ , ବେଲୁଆବାହାଲ ରେ ୧୬ ଟି , ପଞ୍ଚରା ଅଂଚଳ ରେ ୩ ଟି ଓ ଟିକିଲିପଡା ଅଂଚଳ ରେ ଗୋଟାଏ ଦନ୍ତା ଲୋକଙ୍କ ନିଦ ହଜାଇ ସାରିଲେଣି ।

ଏହି ହାତୀ ପଲ ଦିନ ସମୟରେ ଜଙ୍ଗଲ ରେ ରହୁଥିବା ବେଳେ ରାତି ହେଲେ ଗାଁ ଭିତରକୁ ଆସି ଧାନ ଫସଲ ନଷ୍ଟ କରିବା ରେ ଲାଗିଛନ୍ତି । ଯାହାଫଳରେ ହାତୀ ଓ ମଣିଷ ମୁହାଁମୁହିଁ ସଂଘର୍ଷ ହେବାର ସ୍ଥିତି ସମନା କୁ ଆସୁଛି । ବନବିଭାଗ ହାତୀ ଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛି ।

Leave a Reply

Your email address will not be published. Required fields are marked *