ପୁରୀ ଷ୍ଟେସନରେ ଚାଞ୍ଚଲ୍ୟ! ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ ରେଳଷ୍ଟେସନ ପରିସରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ରେଳଷ୍ଟେସନ ନିକଟ ଦୁର୍ଗା ମଣ୍ଡପର ପଛପଟେ ଏହି ଘଟଣା ଘଟିଛି । ପ୍ରାଥମିକ ସୂଚନା ଅନୁସାରେ, ଲୁହା ରେଲିଙ୍ଗରେ ଗାମୁଛା ଲଗାଇ ଯୁବକ ଜଣକ ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା ।

ପୁରୀ ରେଳଷ୍ଟେସନ ପରିସରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ରେଳଷ୍ଟେସନ ନିକଟ ଦୁର୍ଗା ମଣ୍ଡପର ପଛପଟେ ଏହି ଘଟଣା ଘଟିଛି । ପ୍ରାଥମିକ ସୂଚନା ଅନୁସାରେ, ଲୁହା ରେଲିଙ୍ଗରେ ଗାମୁଛା ଲଗାଇ ଯୁବକ ଜଣକ ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ତେବେ ଘଟଣାର ପ୍ରକୃତ କାରଣ ଏବଂ ମୃତ୍ୟୁର ପରିସ୍ଥିତି ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଘଟଣା ସମ୍ପର୍କରେ ଖବର ପାଇ ଜିଆରପି ଏବଂ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ମୃତ ଯୁବକଙ୍କ ପରିଚୟ ଖୋଜାଯାଉଛି । ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି? ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ତଦନ୍ତ ଏବଂ ମୃତଦେହର ପରବର୍ତ୍ତୀ ପ୍ରକ୍ରିୟା ପରେ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *