ଗତବର୍ଷ ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ପରମାଣୁ କେନ୍ଦ୍ର ନିକଟରେ ହୋଇଥିଲା ଆକ୍ରମଣ । ଭାରତୀୟ ଡ୍ରୋନ୍ ପାକିସ୍ତାନର ସରଗୋଧା ନିକଟସ୍ଥ କିରାନା ହିଲ୍ସ ଅଞ୍ଚଳରେ ଖସିପଡ଼ିଥିଲା।
ଗତବର୍ଷ ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ପରମାଣୁ କେନ୍ଦ୍ର ନିକଟରେ ହୋଇଥିଲା ଆକ୍ରମଣ । ଭାରତୀୟ ଡ୍ରୋନ୍ ପାକିସ୍ତାନର ସରଗୋଧା ନିକଟସ୍ଥ କିରାନା ହିଲ୍ସ ଅଞ୍ଚଳରେ ଖସିପଡ଼ିଥିଲା। ପୂର୍ବତନ CDS ଜେନେରାଲ ଅନିଲ ଚୌହାନଙ୍କ ସୂଚନା ଅନୁଯାୟୀ, ଏହି ଡ୍ରୋନ୍ଟି ପାକିସ୍ତାନୀ ରାଡାରଗୁଡ଼ିକୁ ଟାର୍ଗେଟ୍ କରି ଅନୁସନ୍ଧାନ କରୁଥିଲା । ଇସ୍ରାଏଲ୍-ଡିଜାଇନ୍ ଏହି ଡ୍ରୋନ୍ଗୁଡ଼ିକର ଉଡ଼ାଣ କ୍ଷମତା ପ୍ରାୟ ଦୁଇ ଘଣ୍ଟା ପାଇଁ ହୋଇଥାଏ । ନିର୍ଦ୍ଦିଷ୍ଟ ସମୟ ଭିତରେ କୌଣସି ଲକ୍ଷ୍ୟ ନ ପାଇବାରୁ ଏବଂ ଇନ୍ଧନ ସରିଯିବା କାରଣରୁ ଏହା ଆପେଆପେ ଯାଇ କିରାନା ପାହାଡ଼ରେ ମାଡ଼ ହୋଇଯାଇଥିଲା ।
ପାକିସ୍ତାନର ଏହି କିରାନା ହିଲ୍ସ ଅଞ୍ଚଳକୁ ସେମାନଙ୍କର ଏକ ଗୁପ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ ମିସାଇଲ୍ ସଂରକ୍ଷଣ କେନ୍ଦ୍ର ଭାବେ ବ୍ୟବହାର କରନ୍ତି । ଏହା କୌଣସି ପୂର୍ବ-ଯୋଜନାବଦ୍ଧ ବା ଉଦ୍ଦେଶ୍ୟମୂଳକ ଆକ୍ରମଣ ନଥିଲା, ବରଂ ଇନ୍ଧନ ଅଭାବରୁ ଏହା ଆକସ୍ମିକ ଭାବେ ସେଠାରେ ଖସିଥିଲା ବୋଲି ସ୍ପଷ୍ଟ କରାଯାଇଛି । ପହଲଗାମ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ପାକିସ୍ତାନୀ ସେନା ସେ ସମୟରେ ଏହି ଘଟଣାକୁ ନେଇ ସ୍ପଷ୍ଟ ପ୍ରମାଣ ପାଇ ନଥିବାବେଳେ ବର୍ତ୍ତମାନ ଭାରତୀୟ ସେନା କର୍ତ୍ତୃପକ୍ଷ ଏହାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ।

