ଟିନୋ ବେଷ୍ଟଙ୍କ ଆତ୍ମଜୀବନୀରେ ବଡ଼ ଖୁଲାସା , କ୍ରିକେଟ୍‌ ଦୁନିଆର ଅଜଣା କାହାଣୀ ସାମ୍ନାକୁ

କ୍ରିକେଟ୍ ମଇଦାନରେ ତୀବ୍ର ବୋଲିଂ, ଆଉ ମଇଦାନ ବାହାରେ ବେଶ୍ ରଙ୍ଗୀନ ଜୀବନ । ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ଟିନୋ ବେଷ୍ଟଙ୍କ ଆତ୍ମଜୀବନୀ ‘Mind the Windows: My Story’ ଏବେ ଚର୍ଚ୍ଚାରେ ।

କ୍ରିକେଟ୍ ମଇଦାନରେ ତୀବ୍ର ବୋଲିଂ, ଆଉ ମଇଦାନ ବାହାରେ ବେଶ୍ ରଙ୍ଗୀନ ଜୀବନ । ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ଟିନୋ ବେଷ୍ଟଙ୍କ ଆତ୍ମଜୀବନୀ ‘Mind the Windows: My Story’ ଏବେ ଚର୍ଚ୍ଚାରେ । ଏହି ପୁସ୍ତକରେ ସେ ନିଜ କ୍ରିକେଟ୍ ଟୁର୍‌, ବ୍ୟକ୍ତିଗତ ଜୀବନ ଏବଂ ବିଦେଶ ଗସ୍ତର ଅନୁଭୂତିକୁ ନେଇ ଅନେକ ଚମକପ୍ରଦ ଦାବି କରିଛନ୍ତି ।
ଟିନୋ ବେଷ୍ଟଙ୍କ କହିବା ଅନୁସାରେ, ବିଭିନ୍ନ ଦେଶରେ କ୍ରିକେଟ୍ ଖେଳିବା ସମୟରେ ତାଙ୍କ ଜୀବନ କେବଳ ମଇଦାନ ଓ ହୋଟେଲ ଭିତରେ ସୀମିତ ନଥିଲା । ବିଦେଶ ଟୁର୍‌ ସମୟରେ ସେ ଡେଟିଂ ଓ ସମ୍ପର୍କକୁ ନେଇ ମଧ୍ୟ ଖୋଲାଖୋଲି ଭାବେ ଲେଖିଛନ୍ତି । ନିଜ ଜୀବନରେ ୫୦୦ରୁ ୬୫୦ ଜଣ ମହିଳାଙ୍କ ସହ ଡେଟିଂ କିମ୍ବା ସମ୍ପର୍କ ଥିବା ନେଇ ସେ ଦାବି କରିଛନ୍ତି । ତାଙ୍କ ଆତ୍ମଜୀବନୀରେ ଆହୁରି ଦାବି କରାଯାଇଛି ଯେ, ଗୋଟିଏ ସପ୍ତାହରେ ତାଙ୍କର ୫ରୁ ୬ଟି ଅଲଗା ଡେଟ୍ ହେଉଥିଲା ।

ବିଶେଷକରି ୨୦୦୫ ମସିହାର ଅଷ୍ଟ୍ରେଲିଆ ଗସ୍ତକୁ ସେ ନିଜ ଜୀବନର ଏକ ଚର୍ଚ୍ଚିତ ଅନୁଭୂତି ଭାବେ ବର୍ଣ୍ଣନା କରିଛନ୍ତି । ୧୧ ସପ୍ତାହର ଏହି ଗସ୍ତରେ ତାଙ୍କ ଅନୁଭୂତିର ସଂଖ୍ୟା ୪୦ରୁ ଅଧିକ ହୋଇଥିବା ସେ ଦାବି କରିଛନ୍ତି । କେବଳ ଏତିକି ନୁହେଁ, ବେଷ୍ଟଙ୍କ ଅନୁସାରେ ସେତେବେଳେ କିଛି ଖେଳାଳିଙ୍କ ମଧ୍ୟରେ ଏନେଇ ଏକ ପ୍ରକାରର ପ୍ରତିଯୋଗିତା ମଧ୍ୟ ଚାଲୁଥିଲା । ମଇଦାନରେ କିଏ ଅଧିକ ୱିକେଟ୍ ନେବ, ତାହା ସହିତ ଟୁର୍‌ ଶେଷ ହେବା ବେଳକୁ କାହାର ଅଧିକ ‘କାହାଣୀ’ ରହିବ, ତାହାକୁ ନେଇ ମଧ୍ୟ ମଜାକିଆ ପ୍ରତିଯୋଗିତା ଥିବା ସେ ଲେଖିଛନ୍ତି । ଏହି ଘଟଣାଗୁଡ଼ିକରେ ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କ ନାମ ମଧ୍ୟ ବେଷ୍ଟ ଉଲ୍ଲେଖ କରିଛନ୍ତି । ତାଙ୍କୁ ନିଜର ଘନିଷ୍ଠ ସାଥୀ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଏତେ ସବୁ ବ୍ୟକ୍ତିଗତ ଅନୁଭୂତି ମଧ୍ୟରେ ଟିନୋ ବେଷ୍ଟ ଏକ କଥା ସ୍ପଷ୍ଟ କରିଛନ୍ତି—ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ରୋମାଞ୍ଚ ତାଙ୍କ ପାଇଁ ସବୁଠାରୁ ବଡ଼ ଥିଲା । ୱେଷ୍ଟଇଣ୍ଡିଜ ପାଇଁ ସେ ୨୫ଟି ଟେଷ୍ଟ, ୨୬ଟି ଦିନିକିଆ ଏବଂ ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ମୋଟ ୯୭ଟି ୱିକେଟ୍ ନେଇଛନ୍ତି ।କ୍ରିକେଟ୍‌ରେ ତାଙ୍କ ବୋଲିଂ ଯେତିକି ଚର୍ଚ୍ଚିତ ଥିଲା, ଏବେ ତାଙ୍କ ଆତ୍ମଜୀବନୀରେ ଥିବା ବ୍ୟକ୍ତିଗତ ଜୀବନର ଖୁଲାସା ସେତିକି ଚର୍ଚ୍ଚା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *