RBIର ଡଲାର-ରୁପି ସ୍ୱାପ୍ ସୁବିଧାକୁ ବଡ଼ ସଫଳତା । ମାତ୍ର ୧୧ ସପ୍ତାହରୁ କମ୍ ସମୟରେ ଭାରତକୁ ଆସିଛି ୭୩ ବିଲିୟନ୍ ଡଲାରର ବିଦେଶୀ ମୁଦ୍ରା । ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଅଗଷ୍ଟ ୨୧ ସୁଦ୍ଧା ଏହି ସ୍ୱାପ୍ ସୁବିଧା ଜରିଆରେ ମୋଟ ୭୩ ବିଲିୟନ୍ ଡଲାର ଆସିଛି ।
RBIର ଡଲାର-ରୁପି ସ୍ୱାପ୍ ସୁବିଧାକୁ ବଡ଼ ସଫଳତା । ମାତ୍ର ୧୧ ସପ୍ତାହରୁ କମ୍ ସମୟରେ ଭାରତକୁ ଆସିଛି ୭୩ ବିଲିୟନ୍ ଡଲାରର ବିଦେଶୀ ମୁଦ୍ରା । ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଅଗଷ୍ଟ ୨୧ ସୁଦ୍ଧା ଏହି ସ୍ୱାପ୍ ସୁବିଧା ଜରିଆରେ ମୋଟ ୭୩ ବିଲିୟନ୍ ଡଲାର ଆସିଛି । ଏହି ମୋଟ ରାଶି ମଧ୍ୟରୁ FCNR(B) ଜମାରୁ ହିଁ ୬୫.୪୦ ବିଲିୟନ୍ ଡଲାର ଆସିଛି। ବିଦେଶରେ ରହୁଥିବା ଭାରତୀୟ ବା NRIଙ୍କ ଏହି ଜମାରେ ବଡ଼ ଭାଗିଦାରୀ ରହିଛି । ଏହି ବିଶେଷ USD-INR ଫରେକ୍ସ ସ୍ୱାପ୍ ସୁବିଧାକୁ ଜୁନ୍ ୮, ୨୦୨୬ରେ ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା ଦେଶକୁ ଅଧିକ ଡଲାର ଆଣିବା ସହ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ବାହ୍ୟ ଆର୍ଥିକ ସ୍ଥିତିକୁ ମଜବୁତ କରିବା ।
ଏହି ସୁବିଧାରେ FCNR(B) ଜମା ସହିତ Overseas Foreign Currency Borrowings ଏବଂ External Commercial Borrowings ମଧ୍ୟ ସାମିଲ ରହିଛି । ବିଶେଷ କଥା ହେଉଛି, ଏହି ଯୋଜନା ୨୦୧୩ର RBI FCNR(B) ସ୍ୱାପ୍ ଯୋଜନାର ରେକର୍ଡକୁ ମଧ୍ୟ ପଛରେ ପକାଇଛି। ୨୦୧୩ରେ ପ୍ରାୟ ୩ ମାସରେ ପ୍ରାୟ ୨୬ ବିଲିୟନ୍ ଡଲାର ଆସିଥିଲା। ତା’ ତୁଳନାରେ ଏଥର ୧୧ ସପ୍ତାହରୁ କମ୍ ସମୟରେ ପ୍ରାୟ ତିନିଗୁଣ ଅଧିକ ଡଲାର ମୋବିଲାଇଜ୍ ହୋଇଛି । ଏହି ବଡ଼ ସଫଳତା ପରେ RBI FCNR(B) ସ୍ୱାପ୍ ୱିଣ୍ଡୋ ବନ୍ଦ କରିବାର ତାରିଖ ମଧ୍ୟ ଆଗକୁ ଆଣିଛି । ପୂର୍ବରୁ ଏହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏବେ ଅଗଷ୍ଟ ୩୧ରେ ଏହା ବନ୍ଦ ହେବ। କାରଣ ନିର୍ଦ୍ଧାରିତ ଲକ୍ଷ୍ୟ ଆଗୁଆ ହାସଲ ହୋଇସାରିଛି । ଅର୍ଥାତ୍, ଡଲାରର ଚାହିଦା ଓ ରୁପି ଉପରେ ଚାପ ମଧ୍ୟରେ RBIର ଏହି ପଦକ୍ଷେପ ଭାରତର ବିଦେଶୀ ମୁଦ୍ରା ତରଳତାକୁ ବଢ଼ାଇବାରେ ବଡ଼ ଭୂମିକା ନେଇଛି । ଏବେ ଏହି ବିପୁଳ ବିଦେଶୀ ମୁଦ୍ରାକୁ RBI କିପରି ବ୍ୟବହାର କରିବ ଏବଂ ଏହା ରୁପିର ସ୍ଥିରତାରେ କେତେ ସହାୟକ ହେବ, ତାହା ଉପରେ ନଜର ରହିଛି ।

