ପୁଣି ଏକାଠି ସଲମାନ-ସଞ୍ଜୟ , ଇଣ୍ଟରନ୍ୟାସନାଲ୍ ଆକ୍ସନ୍ ଫିଲ୍ମ ‘୭ ଡଗ୍ସ’ରେ ଜଲୱା

ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍‌ରେ ଦମଦାର ଅନ୍ଦାଜରେ ନଜର ଆସିଛନ୍ତି ବଲିଉଡ୍‌ର ଦୁଇ ବଡ଼ ଷ୍ଟାର୍‌—ସଲମାନ ଖାନ ଓ ସଞ୍ଜୟ ଦତ୍ତ । ଅନ୍ତର୍ଜାତୀୟ ଆକ୍ସନ୍-ଥ୍ରିଲର୍‌ ଫିଲ୍ମ ‘୭ ଡଗ୍ସ’ର ନୂଆ ଟ୍ରେଲର୍ ରିଲିଜ୍ ହେବା ପରେ ସୋସିଆଲ୍ ମିଡିଆରେ ଧମାଲ୍ ମଚିଛି ।

 ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍‌ରେ ଦମଦାର ଅନ୍ଦାଜରେ ନଜର ଆସିଛନ୍ତି ବଲିଉଡ୍‌ର ଦୁଇ ବଡ଼ ଷ୍ଟାର୍‌—ସଲମାନ ଖାନ ଓ ସଞ୍ଜୟ ଦତ୍ତ । ଅନ୍ତର୍ଜାତୀୟ ଆକ୍ସନ୍-ଥ୍ରିଲର୍‌ ଫିଲ୍ମ ‘୭ ଡଗ୍ସ’ର ନୂଆ ଟ୍ରେଲର୍ ରିଲିଜ୍ ହେବା ପରେ ସୋସିଆଲ୍ ମିଡିଆରେ ଧମାଲ୍ ମଚିଛି । ଟ୍ରେଲର୍‌ରେ ଦୁଇ ଷ୍ଟାର୍‌ଙ୍କ ଜବରଦସ୍ତ ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ଆକାଶଛୁଆଁ । ‘୭ ଡଗ୍ସ’ ହେଉଛି ଏକ ବଡ଼ ଇଣ୍ଟରନ୍ୟାସନାଲ୍ ଆକ୍ସନ୍-ଥ୍ରିଲର୍ । ଫିଲ୍ମରେ ଅପରାଧ, ବିପଦ, ଗ୍ଲୋବାଲ୍ କ୍ରାଇମ୍ ସିଣ୍ଡିକେଟ୍ ଏବଂ ‘ପିଙ୍କ ଲେଡି’ ନାମକ ଏକ ଡ୍ରଗ୍ ନେଟୱର୍କକୁ ନେଇ କାହାଣୀ ଆଗକୁ ବଢ଼ିଛି। ଅପରାଧୀ ନେଟୱର୍କକୁ ମୁକାବିଲା କରିବା ପାଇଁ ଇଣ୍ଟରପୋଲ୍ ଏଜେଣ୍ଟ ଓ ସିଣ୍ଡିକେଟ୍‌ର ଜଣେ ସଦସ୍ୟଙ୍କ ମଧ୍ୟରେ ହେଉଛି ଅସାଧାରଣ ମିଳିତ ଅଭିଯାନ । ଫିଲ୍ମର ମୁଖ୍ୟ ଭୂମିକାରେ ମିଶରର ଅଭିନେତା କରିମ୍ ଅବ୍ଦେଲ୍ ଅଜିଜ୍ ଓ ଅହମଦ୍ ଏଜ୍ ନଜର ଆସିଛନ୍ତି । ଏହାସହ ବିଭିନ୍ନ ଦେଶର କଳାକାରମାନେ ମଧ୍ୟ ଏହି ଅନ୍ତର୍ଜାତୀୟ ପ୍ରକଳ୍ପରେ ସାମିଲ ହୋଇଛନ୍ତି । ଆଉ ଭାରତୀୟ ଦର୍ଶକଙ୍କ ପାଇଁ ସବୁଠୁ ବଡ଼ ଆକର୍ଷଣ—ସଲମାନ ଖାନ ଓ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି । ଟ୍ରେଲର୍‌ରେ ସଲମାନ ଓ ସଞ୍ଜୟଙ୍କ ଚରିତ୍ର ସମ୍ପର୍କରେ ବହୁତ କିଛି ଖୋଲାଯାଇନାହିଁ ।

କିନ୍ତୁ ଦୁଇ ଷ୍ଟାର୍‌ଙ୍କ ସ୍କ୍ରିନ୍ ପ୍ରେଜେନ୍ସ ଦେଖି ଲାଗୁଛି, ଫିଲ୍ମରେ ସେମାନଙ୍କ ଭୂମିକା କେବଳ ଛୋଟ କ୍ୟାମିଓ ଭିତରେ ସୀମିତ ନୁହେଁ। ଦୁଇ ଜଣଙ୍କ ସ୍ୱାଗ୍ ଓ ଆକ୍ସନ୍ ଅନ୍ଦାଜ ଟ୍ରେଲର୍‌ର ଆକର୍ଷଣ ବଢ଼ାଇଛି । ସଲମାନ ଓ ସଞ୍ଜୟଙ୍କ ଯୋଡ଼ି ନୂଆ ନୁହେଁ। ‘ସାଜନ’, ‘ଚଲ ମେରେ ଭାଇ’ ଓ ‘ଯେ ହୈ ଜଲୱା’ ଭଳି ଫିଲ୍ମରେ ଦୁହେଁ ଏକାଠି ଅଭିନୟ କରିଛନ୍ତି। ସମ୍ପ୍ରତି ‘ଓଲ୍ଡ ମନି’ ଗୀତରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖାଯାଇଥିଲା । ଏବେ ‘୭ ଡଗ୍ସ’ ଜରିଆରେ ପୁଣି ଏହି ଲୋକପ୍ରିୟ ଯୋଡ଼ି ଏକ ବଡ଼ ଇଣ୍ଟରନ୍ୟାସନାଲ୍ ଆକ୍ସନ୍ ପ୍ରୋଜେକ୍ଟରେ ଫେରିଛନ୍ତି । 
ଫିଲ୍ମଟିକୁ ‘ବ୍ୟାଡ୍ ବଏଜ୍ ଫର୍ ଲାଇଫ୍’ ପାଇଁ ପରିଚିତ ଆଦିଲ୍ ଏଲ୍ ଆରବି ଓ ବିଲାଲ୍ ଫଲାହ୍ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଭାରତୀୟ ଅଭିନେତାଙ୍କ ସହ ମିଶର, ୟୁରୋପ, ହଲିଉଡ୍ ଓ ପଶ୍ଚିମ ଏସିଆର କଳାକାରମାନେ ମଧ୍ୟ ଅଭିନୟ କରୁଛନ୍ତି । ଫଳରେ ଫିଲ୍ମଟି ଏକ ବଡ଼ ଗ୍ଲୋବାଲ୍ ଆକ୍ସନ୍ ସ୍ପେକ୍ଟାକଲ୍‌ର ରୂପ ନେଇଛି । ଭାରତୀୟ ଦର୍ଶକଙ୍କ ପାଇଁ ମଧ୍ୟ ଫିଲ୍ମଟିକୁ ନେଇ ବଡ଼ ଅପଡେଟ୍ ଆସିଛି। ୨୧ ଅଗଷ୍ଟ ୨୦୨୬ରେ ‘୭ ଡଗ୍ସ’ ଭାରତର ସିନେମା ହଲ୍‌ରେ ହିନ୍ଦୀ ଓ ଇଂରାଜୀ ଭାଷାରେ ରିଲିଜ୍ ହେବ । ଟ୍ରେଲର୍ ରିଲିଜ୍ ପରେ ସଲମାନ-ସଞ୍ଜୟଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଛି । ତେବେ ‘୭ ଡଗ୍ସ’ରେ ସଲମାନ ଓ ସଞ୍ଜୟଙ୍କ ପୂରା ଭୂମିକା କ’ଣ, ଦୁଇ ଷ୍ଟାର୍‌ଙ୍କ ମଧ୍ୟରେ କେମିତି ରହିଛି ଆକ୍ସନ୍ ମୁକାବିଲା ଏବଂ ଫିଲ୍ମର କାହାଣୀ କେଉଁ ମୋଡ଼ ନେବ—ସେଥିପାଇଁ ଅଗଷ୍ଟ ୨୧ ଯାଏଁ ଅପେକ୍ଷା । ଟ୍ରେଲର୍ ଯେଉଁଭଳି ଫ୍ୟାନ୍ସଙ୍କ ମଧ୍ୟରେ ଧମାଲ୍ ମଚାଇଛି, ତାହା ଦେଖି ଫିଲ୍ମ ରିଲିଜ୍‌କୁ ନେଇ ଉତ୍ସାହ ଏବେ ଚରମରେ । 

Leave a Reply

Your email address will not be published. Required fields are marked *