ଜାଭି ହେଲେ ନେଦରଲାଣ୍ଡ୍‌ସ ପ୍ରଶିକ୍ଷକ

ବାର୍ସିଲୋନା ସହ ୩ ଋତୁ କାର୍ଯ୍ୟ କରିବା ପରେ ଜାଭି ୨୦୨୪ରେ ପଦ ଛାଡ଼ିଥିଲେ। ଏହା ପରଠୁ ସେ ପ୍ରଶିକ୍ଷଣଠୁ ଦୂରେଇ ରହିଥିଲେ। ବିଶ୍ବକପ୍‌ ରାଉଣ୍ଡ-୩୨ରେ ମରକ୍କୋଠୁ ପେନାଲଟିରେ ନେଦରଲାଣ୍ଡ୍‌ସ ହାରିବା ପରେ କୋଏମାନ ପଦ ଛାଡ଼ିଥିଲେ।

ସ୍ପେନ୍‌ର ମହାନ ଫୁଟ୍‌ବଲର୍‌ ଜାଭି ହର୍ନାନ୍‌ଡେଜ୍‌ଙ୍କୁ ନେଦରଲାଣ୍ଡ୍‌ସ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି। ତାଙ୍କ କାର୍ଯ୍ୟକାଳ ୨୦୩୦ ଫିଫା ବିଶ୍ବକପ୍‌ ପର୍ଯ୍ୟନ୍ତ ରହିବ ବୋଲି ଡଚ୍‌ ଫୁଟ୍‌ବଲ୍‌ ମହାସଂଘ କହିଛି। ରୋନାଲ୍ଡ କୋଏମାନଙ୍କ ସ୍ଥାନରେ ୪୬ ବର୍ଷୀୟ ଏହି ସ୍ପେନ୍‌ ତାରକା ଦାୟିତ୍ବ ନେବେ। ସେ ୧୯୭୮ ପରେ ନେଦରଲାଣ୍ଡ୍‌ସର ପ୍ରଥମ ବିଦେଶୀ ପ୍ରଶିକ୍ଷକ ହୋଇଛନ୍ତି। 

ତାଙ୍କ ପୂର୍ବରୁ ବିଦେଶୀ ପ୍ରଶିକ୍ଷକ ଅଷ୍ଟ୍ରିଆର ଏର୍ନଷ୍ଟ୍‌ ହାପେଲଙ୍କ ନେତୃତ୍ବରେ ଦଳ ୧୯୭୮ ବିଶ୍ବକପ୍‌ ଖେଳିଥିଲା। ବାର୍ସିଲୋନା ସହ ୩ ଋତୁ କାର୍ଯ୍ୟ କରିବା ପରେ ଜାଭି ୨୦୨୪ରେ ପଦ ଛାଡ଼ିଥିଲେ। ଏହା ପରଠୁ ସେ ପ୍ରଶିକ୍ଷଣଠୁ ଦୂରେଇ ରହିଥିଲେ। ବିଶ୍ବକପ୍‌ ରାଉଣ୍ଡ-୩୨ରେ ମରକ୍କୋଠୁ ପେନାଲଟିରେ ନେଦରଲାଣ୍ଡ୍‌ସ ହାରିବା ପରେ କୋଏମାନ ପଦ ଛାଡ଼ିଥିଲେ। ୨୦୨୩ରେ ଦ୍ବିତୀୟ ଥର ଲାଗି କୋଏମାନଙ୍କୁ ନେଦରଲାଣ୍ଡ୍‌ସ ପ୍ରଶିକ୍ଷଣ ଦାୟିତ୍ବ ଦେଇଥିଲା। ପୂର୍ବରୁ ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଦଳର ପ୍ରଶିକ୍ଷକ ଥିଲେ।

Leave a Reply

Your email address will not be published. Required fields are marked *