ଆମେରିକାରେ ଅସହ୍ୟ ତାତି, ୯୦ ବର୍ଷର ରେକର୍ଡ ଭାଙ୍ଗିଲା!

ଆମେରିକାରେ ଚଳିତ ବର୍ଷ ଜୁଲାଇ ମାସରେ ତାତି ନୂଆ ରେକର୍ଡ କରିଛି । ଗତ ୧୩୨ ବର୍ଷର ତାପମାତ୍ରା ରେକର୍ଡକୁ ପଛରେ ପକାଇ ଜୁଲାଇ ୨୦୨୬ ଆମେରିକାର ସବୁଠାରୁ ଗରମ ଜୁଲାଇ ଭାବେ ରେକର୍ଡ ହୋଇଛି ।

ଆମେରିକାରେ ଚଳିତ ବର୍ଷ ଜୁଲାଇ ମାସରେ ତାତି ନୂଆ ରେକର୍ଡ କରିଛି । ଗତ ୧୩୨ ବର୍ଷର ତାପମାତ୍ରା ରେକର୍ଡକୁ ପଛରେ ପକାଇ ଜୁଲାଇ ୨୦୨୬ ଆମେରିକାର ସବୁଠାରୁ ଗରମ ଜୁଲାଇ ଭାବେ ରେକର୍ଡ ହୋଇଛି । ଆମେରିକାର ନ୍ୟାସନାଲ ଓସିଆନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍‌ (NOAA) ଏହି ତଥ୍ୟ ପ୍ରକାଶ କରିଛି । 

ନ୍ୟାସନାଲ ଓସିଆନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍‌ ଅନୁସାରେ, ଆଲାସ୍କା, ହାୱାଇ ଓ ଆମେରିକାର କିଛି ବିଦେଶୀ ଅଞ୍ଚଳକୁ ବାଦ୍ ଦେଲେ ୪୮ଟି ରାଜ୍ୟରେ ଜୁଲାଇ ମାସର ହାରାହାରି ତାପମାତ୍ରା ୭୬.୯ ଡିଗ୍ରି ଫାରେନହାଇଟ୍‌ ବା ପ୍ରାୟ ୨୪.୯ ଡିଗ୍ରି ସେଲସିୟସ୍‌ ରହିଥିଲା । ଏହା ୨୦ତମ ଶତାବ୍ଦୀର ହାରାହାରି ତାପମାତ୍ରାଠାରୁ ୩.୩ ଡିଗ୍ରି ଫାରେନହାଇଟ୍‌ ଅଧିକ ।

ଏହା ପୂର୍ବରୁ ୧୯୩୬ ମସିହା ଜୁଲାଇକୁ ଆମେରିକାର ସବୁଠାରୁ ଗରମ ଜୁଲାଇ ବୋଲି ରେକର୍ଡ କରାଯାଇଥିଲା। ସେତେବେଳେ ହାରାହାରି ତାପମାତ୍ରା ୭୬.୮ ଡିଗ୍ରି ଫାରେନହାଇଟ୍‌ ଥିଲା । ଏହା ପରେ ୨୦୧୨, ୨୦୦୬ ଏବଂ ୨୦୨୨ର ଜୁଲାଇ ମାସ ମଧ୍ୟ ସବୁଠାରୁ ଗରମ ମାସ ମଧ୍ୟରେ ରହିଛି ।
ବୈଜ୍ଞାନିକଙ୍କ ମତରେ, ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବଢ଼ୁଥିବା ଜଳବାୟୁ ପରିବର୍ତ୍ତନ ଏହି ବଢ଼ୁଥିବା ତାପମାତ୍ରାର ଏକ ପ୍ରମୁଖ କାରଣ। ବିଶେଷକରି କୋଇଲା, ତେଲ ଓ ଗ୍ୟାସ୍‌ ଭଳି ଜୀବାଶ୍ମ ଇନ୍ଧନର ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ଉତ୍ତାପ ବଢ଼ୁଛି । ଅନ୍ୟପଟେ, ଅତ୍ୟଧିକ ଗରମ ମଧ୍ୟରେ କାଲିଫର୍ନିଆ-ନେଭାଡା ସୀମା ନିକଟରେ ଭୟଙ୍କର ଜଙ୍ଗଲ ନିଆଁ ଲାଗିଛି । ନିଆଁ ପ୍ରାୟ ୧୫ ହଜାର ଏକର ଜଙ୍ଗଲ ଅଞ୍ଚଳକୁ ବ୍ୟାପିଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ, ନିଆଁର ମାତ୍ର ୩ ପ୍ରତିଶତ ଅଞ୍ଚଳକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି ।

ନିଆଁ ବ୍ୟାପିବା ଆଶଙ୍କାରେ ଉତ୍ତର ୱାଶୋ କାଉଣ୍ଟିର ଅନେକ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଓ ସତର୍କ ସୂଚନା ଜାରି ହୋଇଛି । କିଛି ଅଞ୍ଚଳରେ ନିଆଁ ନିୟନ୍ତ୍ରଣକୁ ଆସିବା ପରେ ଏହି ନିର୍ଦ୍ଦେଶକୁ କୋହଳ କରାଯାଇଛି । ତେବେ ପାଣିପାଗ ଓ ନିଆଁର ସ୍ଥିତି ଦ୍ରୁତ ବଦଳିପାରେ ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *