ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ , ପଥରରେ ଛେଚି ହତ୍ୟା ସନ୍ଦେହବଲାଙ୍ଗୀର ଜିଲ୍ଲା ଖମାରମୁଣ୍ଡା ଗାଁରେ ଚାଞ୍ଚଲ୍ୟ । ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ମୃତ ମହିଳା ହେଲେ ଗୀତାଞ୍ଜଳି ଷଡ଼ଙ୍ଗୀ । ପୁଲିସର ପ୍ରାଥମିକ ତଦନ୍ତରୁ ଗୀତାଞ୍ଜଳିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ବଲାଙ୍ଗୀର ଜିଲ୍ଲା ଖମାରମୁଣ୍ଡା ଗାଁରେ ଚାଞ୍ଚଲ୍ୟ । ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ମୃତ ମହିଳା ହେଲେ ଗୀତାଞ୍ଜଳି ଷଡ଼ଙ୍ଗୀ । ପୁଲିସର ପ୍ରାଥମିକ ତଦନ୍ତରୁ ଗୀତାଞ୍ଜଳିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ନମୂନା ସଂଗ୍ରହ କରିଛି ।

କିଏ କାହିଁକି ମହିଳାଙ୍କୁ ହତ୍ୟା କଲା? ହତ୍ୟାକାଣ୍ଡ ପଛର କାରଣ କଣ? ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ନା ଲୁଟ ଉଦ୍ଦେଶ୍ୟରୁ ଅଘଟଣ ଘଟିଛି, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି । ତୁରନ୍ତ ହତ୍ୟାକାରୀକୁ ଚିହ୍ନଟ କରି ଗିରଫ କରିବା ସହ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି ପରିବାର ଲୋକ ।  

Leave a Reply

Your email address will not be published. Required fields are marked *