ଅନଶନ ଭଙ୍ଗ ଫଟୋ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀମାନେ ବିଶ୍ୱାସଘାତକତା କରିଛନ୍ତି: ସୋନମ ୱାଙ୍ଗଚୁକ୍‌

ଗୁରୁଗ୍ରାମର ଏକ ହସ୍ପିଟାଲରେ ନିଜର ୨୬ ଦିନିଆ ଅନଶନ ଶେଷ କରିବା ପରେ ସେ ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ୱାଙ୍ଗଚୁକ୍ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀମାନେ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ନକରି ଗଣମାଧ୍ୟମରେ ଫଟୋ ପ୍ରକାଶ କରି ତାଙ୍କର ବିଶ୍ୱାସ ଭାଙ୍ଗିଛନ୍ତି ।

ନିଟ୍‌ ପେପର ଲିକ୍ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଥିବା ସୋନମ ୱାଙ୍ଗଚୁକ୍ କେନ୍ଦ୍ର ମନ୍ତ୍ରୀମାନଙ୍କ ବିରୋଧରେ ପ୍ରତିଶ୍ରୁତି ଭଙ୍ଗ କରିଥିବାର ଅଭିଯୋଗ ଆଣିଛନ୍ତି । ଗୁରୁଗ୍ରାମର ଏକ ହସ୍ପିଟାଲରେ ନିଜର ୨୬ ଦିନିଆ ଅନଶନ ଶେଷ କରିବା ପରେ ସେ ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ୱାଙ୍ଗଚୁକ୍ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀମାନେ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ନକରି ଗଣମାଧ୍ୟମରେ ଫଟୋ ପ୍ରକାଶ କରି ତାଙ୍କର ବିଶ୍ୱାସ ଭାଙ୍ଗିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସେ ଛାତ୍ରମାନଙ୍କ ସହିତ ମିଶି ଅନଶନ ଶେଷ କରିବାକୁ ଚାହୁଥିଲେ, କିନ୍ତୁ ମନ୍ତ୍ରୀମାନଙ୍କ ହଠାତ ଗସ୍ତ ତାଙ୍କ ଯୋଜନାକୁ ବଦଳାଇ ଦେଇଥିଲା ।

ସୋନମଙ୍କ କହିଛନ୍ତି , ମଧ୍ୟରାତ୍ରିରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ । ସେ ସର୍ତ୍ତ ରଖିଥିଲେ ଯେ, ଯଦି ସେ ଅନଶନ ଭାଙ୍ଗନ୍ତି, ତେବେ ଏହି ଖବର ସାର୍ବଜନୀନ କରିବା ସମୟରେ ବିରୋଧୀ ଦଳର ନେତା ଏବଂ ଛାତ୍ର ପ୍ରତିନିଧିମାନଙ୍କୁ ମଧ୍ୟ ସାମିଲ କରାଯିବ । ଏହା କରିବା ଦ୍ୱାରା ଏହା ଏକ ମିଳିତ ପ୍ରୟାସ ବୋଲି ଜଣାପଡ଼ିବ । ମନ୍ତ୍ରୀମାନେ ତାଙ୍କ ସହ ସ୍ପଷ୍ଟ ଭାବରେ ସହମତ ହୋଇଥିଲେ ଯେ ବିରୋଧୀ ନେତା ଏବଂ ଛାତ୍ରମାନଙ୍କ ଫଟୋ ସାମିଲ ନ କରିବା ପର୍ଯ୍ୟନ୍ତ ଏହି ବୈଠକର କୌଣସି ଫଟୋ ବାହାରକୁ ଦିଆଯିବ ନାହିଁ । ମନ୍ତ୍ରୀମାନେ ନିଜସ୍ୱ ଫଟୋଗ୍ରାଫରଙ୍କୁ ଆଣିଥିଲେ ମଧ୍ୟ ସେମାନେ ଏହାକୁ ଗୋପନ ରଖିବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ।

ସୋନମ ୱାଙ୍ଗଚୁକ୍ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମଗ୍ର ଚୁକ୍ତି ସମୟରେ ବରିଷ୍ଠ ଗୁଇନ୍ଦା ବ୍ୟୁରୋ (IB) ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ସେମାନଙ୍କୁ ଏହି ଚୁକ୍ତିର ସାକ୍ଷୀ ରହିବାକୁ କହିଥିଲେ। କିନ୍ତୁ ଦୁଃଖର ବିଷୟ ଯେ, ଏହି ପ୍ରତିଶ୍ରୁତି ମାତ୍ର କିଛି ମିନିଟ୍ ମଧ୍ୟରେ ଭାଙ୍ଗି ଯାଇଥିଲା। ସୋନମ ଅନ୍ୟ ଦଳର ନେତାମାନଙ୍କ ଫଟୋ ଉଠାଇବାକୁ ଅପେକ୍ଷା କରିଥିବା ବେଳେ ଜଣେ ବରିଷ୍ଠ ଆଇବି ଅଧିକାରୀ ତାଙ୍କୁ ଆସି ସୂଚନା ଦେଇଥିଲେ ଯେ ମନ୍ତ୍ରୀଙ୍କ ସହ ତାଙ୍କର ଫଟୋଗ୍ରାଫ୍ ସବୁ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଛି। ମନ୍ତ୍ରୀମାନଙ୍କର ଏଭଳି ଆଚରଣ ତାଙ୍କୁ ମର୍ମାହତ କରିଥିବା ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *