‘ଭୋଜପୁରୀ ବୱାଲ୍‌’ରେ ଧମାକା… ପବନ ସିଂହ, ନିରହୁଆ ଓ ଆମ୍ରପାଲୀଙ୍କ ମହାମିଳନ

ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଏବେ ଚର୍ଚ୍ଚାରେ ରହିଛି ନୂଆ ସୋ’ ‘ଭୋଜପୁରୀ ବୱାଲ୍’। ଏହି ସୋ’ରେ ଭୋଜପୁରୀ ସିନେମାର ଅନେକ ଲୋକପ୍ରିୟ ଚେହେରା ଏକାଠି ହୋଇଛନ୍ତି । ପବନ ସିଂହ, ଦିନେଶ ଲାଲ ଯାଦବ ‘ନିରହୁଆ’ ଓ ଆମ୍ରପାଲୀ ଦୁବେଙ୍କ ଉପସ୍ଥିତି ଏହି ସୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି ।

ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଏବେ ଚର୍ଚ୍ଚାରେ ରହିଛି ନୂଆ ସୋ’ ‘ଭୋଜପୁରୀ ବୱାଲ୍’। ଏହି ସୋ’ରେ ଭୋଜପୁରୀ ସିନେମାର ଅନେକ ଲୋକପ୍ରିୟ ଚେହେରା ଏକାଠି ହୋଇଛନ୍ତି । ପବନ ସିଂହ, ଦିନେଶ ଲାଲ ଯାଦବ ‘ନିରହୁଆ’ ଓ ଆମ୍ରପାଲୀ ଦୁବେଙ୍କ ଉପସ୍ଥିତି ଏହି ସୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି । ଭୋଜପୁରୀ ଗୀତ ଓ ସିନେମାରେ ନିଜର ଅଲଗା ପରିଚୟ ତିଆରି କରିଥିବା ଏହି ଷ୍ଟାରମାନେ ଏବେ ଏକ ନୂଆ ଫର୍ମାଟରେ ଦର୍ଶକଙ୍କ ସାମ୍ନାକୁ ଆସିଛ ନ୍ତି। ସୋ’ରେ ମନୋରଞ୍ଜନ, ମଜା-ମସ୍ତି ସହ ଷ୍ଟାରମାନଙ୍କ ଅନ୍ଦାଜ ଦେଖିବାକୁ ମିଳୁଛି ।

 ପବନ ସିଂହଙ୍କ ଦମଦାର ପର୍ଫର୍ମାନ୍ସ, ନିରହୁଆଙ୍କ ଲୋକପ୍ରିୟତା ଓ ଆମ୍ରପାଲୀ ଦୁବେଙ୍କ ଗ୍ଲାମର ଏହି ଶୋ’ର ମୁଖ୍ୟ ଆକର୍ଷଣ ପାଲଟିଛି । ଏହା ସହ ତେଜ ପ୍ରତାପ ଯାଦବଙ୍କ ଉପସ୍ଥିତି ମଧ୍ୟ ଶୋ’କୁ ନେଇ ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ଦର୍ଶକଙ୍କ ମଧ୍ୟରେ ଏବେ ପ୍ରଶ୍ନ—କେବଳ ମନୋରଞ୍ଜନ ନା ଏହି ଶୋ’ରେ ରହିଛି କିଛି ନୂଆ ଚମକ? ଭୋଜପୁରୀ ଇଣ୍ଡଷ୍ଟ୍ରିର ବଡ଼ ନାମମାନଙ୍କ ଏହି ମିଳନ କେତେ ଦୂର ପର୍ଯ୍ୟନ୍ତ ଦର୍ଶକଙ୍କୁ ଆକର୍ଷିତ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।‘ଭୋଜପୁରୀ ବୱାଲ୍’ ମାଧ୍ୟମରେ ଭୋଜପୁରୀ ମନୋରଞ୍ଜନ ଜଗତ ନୂଆ ଦିଗକୁ ଆଗେଇ ଯାଉଥିବା ଦେଖାଯାଉଛି ।

Leave a Reply

Your email address will not be published. Required fields are marked *