ମହାନଦୀରେ ବଢ଼ୁଛି ଜଳସ୍ତର , ମୁଣ୍ଡୁଳିରେ ୮ ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି ପ୍ରବାହ

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲୁଛି । ସକାଳ ୭.୩୦ ସୁଦ୍ଧା ପ୍ରତି ସେକେଣ୍ଡ ରେ ମୁଣ୍ଡୁଳିରୁ ୮ ଲକ୍ଷ ୧୩ ହଜାର ୪ଶହ ୨୮ କ୍ୟୁସେକ ପାଣି ପ୍ରଭାବିତ ହେଉଛି ।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲୁଛି । ସକାଳ ୭.୩୦ ସୁଦ୍ଧା ପ୍ରତି ସେକେଣ୍ଡ ରେ ମୁଣ୍ଡୁଳିରୁ ୮ ଲକ୍ଷ ୧୩ ହଜାର ୪ଶହ ୨୮ କ୍ୟୁସେକ ପାଣି ପ୍ରଭାବିତ ହେଉଛି । ଏହା ଫଳରେ ମୁଣ୍ଡୁଳି ପାଖରେ ରହୁଥିବା ମତ୍ସ୍ୟଜୀବୀ ମାନଙ୍କ ଜୀବିକା ପୁରା ଠପ୍ ହୋଇଯାଇଛି ।

 ଜିଲ୍ଲା ପ୍ରଶାସନର କଟକଣା ପାଇଁ କେହି ମଧ୍ୟ ନଦୀ ଭିତରକୁ ଯାଇ ନାହାନ୍ତି । ଡଙ୍ଗା ସବୁ ବନ୍ଧା ହୋଇଛି । ଯେତେ ଦିନ ପର୍ଯ୍ୟନ୍ତ ପାଣି କମିବ ନାହିଁ ସେତେଦିନ ପର୍ଯ୍ୟନ୍ତ ମାଛ ଧରା ହେବ ନାହିଁ ବୋଲି ମତ୍ସ୍ୟଜୀବୀ କହିଛନ୍ତି ।

Leave a Reply

Your email address will not be published. Required fields are marked *