ଆମେରିକା ଓ ଚୀନ୍ ମଧ୍ୟରେ ପ୍ରଯୁକ୍ତି ଯୁଦ୍ଧ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି । ଜାତୀୟ ସୁରକ୍ଷା ଓ ସାଇବର ବିପଦକୁ ଦୃଷ୍ଟିରେ ରଖି ଆମେରିକା ସରକାର ଚୀନ୍ରେ ନିର୍ମିତ ନୂତନ ହ୍ୟୁମାନଏଡ୍ ରୋବଟ୍, ରୋବଟ୍ ଡଗ୍ ଏବଂ କିଛି ନେଟୱର୍କ-ସଂଯୁକ୍ତ ପାୱାର ଇନଭର୍ଟର ଉପରେ କଡ଼ା କଟକଣା ଲାଗୁ କରିଛି ।
ଆମେରିକା ଓ ଚୀନ୍ ମଧ୍ୟରେ ପ୍ରଯୁକ୍ତି ଯୁଦ୍ଧ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି । ଜାତୀୟ ସୁରକ୍ଷା ଓ ସାଇବର ବିପଦକୁ ଦୃଷ୍ଟିରେ ରଖି ଆମେରିକା ସରକାର ଚୀନ୍ରେ ନିର୍ମିତ ନୂତନ ହ୍ୟୁମାନଏଡ୍ ରୋବଟ୍, ରୋବଟ୍ ଡଗ୍ ଏବଂ କିଛି ନେଟୱର୍କ-ସଂଯୁକ୍ତ ପାୱାର ଇନଭର୍ଟର ଉପରେ କଡ଼ା କଟକଣା ଲାଗୁ କରିଛି । ଆମେରିକାର ଫେଡେରାଲ୍ କମ୍ୟୁନିକେସନ୍ସ କମିଶନ୍ (FCC)ର କହିବା ଅନୁସାରେ, ଏଭଳି ଉନ୍ନତ ରୋବଟିକ୍ ଉପକରଣରେ ଥିବା ସେନ୍ସର, କ୍ୟାମେରା ଓ ନେଟୱର୍କ କନେକ୍ଟିଭିଟି ମାଧ୍ୟମରେ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ, ଗୁପ୍ତଚରବୃତ୍ତି କିମ୍ବା ସାଇବର ଆକ୍ରମଣର ଆଶଙ୍କା ରହିଛି । ସେଥିପାଇଁ ନୂଆ ମଡେଲଗୁଡ଼ିକୁ ଆମେରିକାରେ ଆମଦାନି ଓ ବିକ୍ରି ପାଇଁ ଆବଶ୍ୟକ ଅନୁମତି ଦିଆଯିବ ନାହିଁ । ଏହି ପଦକ୍ଷେପର ସବୁଠାରୁ ବଡ଼ ପ୍ରଭାବ ଚୀନ୍ର ରୋବଟିକ୍ କମ୍ପାନୀଗୁଡ଼ିକ ଉପରେ ପଡ଼ିପାରେ ।
ବିଶେଷକରି ହ୍ୟୁମାନଏଡ୍ ରୋବଟ୍ ଓ ରୋବଟ୍ ଡଗ୍ ତିଆରି କରୁଥିବା କମ୍ପାନୀମାନଙ୍କ ପାଇଁ ଆମେରିକୀୟ ବଜାରକୁ ପ୍ରବେଶ କରିବା କଷ୍ଟସାଧ୍ୟ ହେବ । ତେବେ ପୂର୍ବରୁ ଅନୁମୋଦିତ ଓ ବ୍ୟବହାରରେ ଥିବା ଉପକରଣଗୁଡ଼ିକ ଉପରେ ଏହି ନିଷ୍ପତ୍ତିର ତୁରନ୍ତ ପ୍ରଭାବ ପଡ଼ିବ ନାହିଁ । ଚୀନ୍ ଏହି ପଦକ୍ଷେପକୁ ବିରୋଧ କରି ଏହାକୁ ବ୍ୟବସାୟ ଓ ପ୍ରଯୁକ୍ତି ସହଯୋଗ ବିରୋଧୀ ବୋଲି କହିଛି । ବିଶେଷଜ୍ଞଙ୍କ ମତରେ, AI ଓ ରୋବୋଟିକ୍ସ କ୍ଷେତ୍ରରେ ଆମେରିକା-ଚୀନ୍ ପ୍ରତିସ୍ପର୍ଦ୍ଧା ଆଗାମୀ ଦିନରେ ଆହୁରି ତୀବ୍ର ହୋଇପାରେ ଏବଂ ଏହି ନିଷ୍ପତ୍ତି ବିଶ୍ୱ ପ୍ରଯୁକ୍ତି ବଜାର ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

