ତୁଷୁରା ପୁଲିସକୁ ବଡ଼ ସଫଳତା ; ୬ କ୍ବିଣ୍ଟାଲରୁ ଅଧିକ ପରିମାରଣର ଗଞ୍ଜେଇ ଜବତ

ତୁଷୁରା ଥାନା ଯାମୁଟ-ଗୁଡଭେଲା ରାସ୍ତା ଉପରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଓଡ଼ି-୦୨-ଏଏଚ-୦୭୩୨ ପିକଅପ୍‌ ଗାଡ଼ି ରାସ୍ତା ଉପରେ ଛାଡ଼ି ଦେଇ ୨ ଜଣ ଗଞ୍ଜେଇ ମାଫିଆ ଫେରାର ହୋଇଥଲେ । 

ବଲାଙ୍ଗୀର ଜିଲ୍ଲାର ତୁଷୁରା-ଦେଓଗାଁ ରାସ୍ତା ଗଞ୍ଜେଇ କରିଡ଼ର ପାଲଟିଛି । ପ୍ରତିଦିନ ଏହି ରାସ୍ତାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ଆଜି ତୁଷୁରା ପୁଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ତୁଷୁରା ଥାନା ଯାମୁଟ-ଗୁଡଭେଲା ରାସ୍ତା ଉପରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଓଡ଼ି-୦୨-ଏଏଚ-୦୭୩୨ ପିକଅପ୍‌ ଗାଡ଼ି ରାସ୍ତା ଉପରେ ଛାଡ଼ି ଦେଇ ୨ ଜଣ ଗଞ୍ଜେଇ ମାଫିଆ ଫେରାର ହୋଇଥଲେ । ଏନେଇ ତୁଷୁରା ପୁଲିସ ଗାଡ଼ିକୁ ଯାଞ୍ଚ କରିବା ପରେ ବସ୍ତା ବସ୍ତା ଗଞ୍ଜେଇ ରହିଥିଲା । ଯାହାର ଓଜନ ପ୍ରାୟ ୬ କ୍ୱିଣ୍ଟାଲ ୧୯ କେଜି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗଞ୍ଜେଇ ଓ ଗାଡିକୁ ଜବତ କରି ତଦନ୍ତ କରୁଛି । 

Leave a Reply

Your email address will not be published. Required fields are marked *