ମାଣିଆବନ୍ଧ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଗିରଫ , ଫୁଲବାଣୀରୁ ଧରିଲା ପୁଲିସ

ମାଣିଆବନ୍ଧ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଗିରଫ , ଫୁଲବାଣୀରୁ ଧରିଲା ପୁଲିସ

ମାଣିଆବନ୍ଧ ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା । ସରପଞ୍ଚଙ୍କ ସ୍ୱାମୀଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ ।

ମାଣିଆବନ୍ଧ ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା । ସରପଞ୍ଚଙ୍କ ସ୍ୱାମୀଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ । ଫୁଲବାଣୀରୁ ଅଭିଯୁକ୍ତକୁ କାବୁ କରାଯାଇଥିବା ବେଳେ, ଘଟଣାରେ ବ୍ୟବହୃତ ବନ୍ଧୁକ ଓ ଗାଡ଼ି ମଧ୍ୟ ଜବତ କରାଯାଇଛି । ମାଣିଆବନ୍ଧରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତରେ ପୁଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବା ମାଷ୍ଟରମାଇଣ୍ଡ ଚନ୍ଦନ ସେନାକୁ ଫୁଲବାଣୀରୁ ଗିରଫ କରାଯାଇଛି । ପୁଲିସର ସୂଚନା ଅନୁସାରେ, ଚନ୍ଦନ ସେନା ହିଁ ସମଗ୍ର ଗୁଳିକାଣ୍ଡର ଯୋଜନା ପ୍ରସ୍ତୁତ କରିଥିଲା ।

 ତାଙ୍କ ଗିରଫ ପରେ ଘଟଣାରେ ବ୍ୟବହୃତ ବନ୍ଧୁକ ଓ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଏହା ତଦନ୍ତକୁ ଆହୁରି ମଜବୁତ କରିବ ବୋଲି ପୁଲିସ କହିଛି ।ଏହାପୂର୍ବରୁ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାରୁ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଗୁଳିକାଣ୍ଡର ପ୍ରକୃତ କାରଣ, ଷଡ଼ଯନ୍ତ୍ରରେ ଆଉ କିଏ କିଏ ସାମିଲ ଥିଲେ ଏବଂ ଏହା ପଛରେ କୌଣସି ବଡ଼ ନେଟୱର୍କ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *