‘ମୋ ବିନା ଅନୁମତିରେ ମେଡିସିନ ଦିଅନ୍ତୁ ନାହିଁ ‘ – ହସ୍ପିଟାଲକୁ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କ ସ୍ପଷ୍ଟ ସତର୍କ ବାର୍ତ୍ତା

୨୧ ଦିନ ଧରି ଚାଲିଥିବା ଭୂଖ ହଡ଼ତାଳ ପରେ ଅସୁସ୍ଥ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ସତର୍କ ବାର୍ତ୍ତା ଦେଇଛନ୍ତି ।

୨୧ ଦିନ ଧରି ଚାଲିଥିବା ଭୂଖ ହଡ଼ତାଳ ପରେ ଅସୁସ୍ଥ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ସତର୍କ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ପରିବାର, ଡାକ୍ତର ଏବଂ ତାଙ୍କ ସହମତି ବିନା ୱାଙ୍ଗଚୁକଙ୍କୁ ମୁହଁରେ କିମ୍ବା ଶିରା ମାଧ୍ୟମରେ କୌଣସି ଔଷଧ କିମ୍ବା ତରଳ ପଦାର୍ଥ ଦିଆଯିବ ନାହିଁ । ଗୀତାଞ୍ଜଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ସେ ନିଜେ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ଏବଂ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ସୋନମ ୱାଙ୍ଗଚୁକ ୨୮ ଜୁନରୁ ଜନ୍ତର ମନ୍ତରରେ NEET ପରୀକ୍ଷାର ଅନିୟମିତତା ଏବଂ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଅନଶନରେ ବସିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବନତି ହେବା ପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀ ପୋଲିସ ତାଙ୍କୁ ଶନିବାର ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲା । ଦିଲ୍ଲୀ ପୋଲିସର ଡେପୁଟି କମିଶନର ସଚିନ ଶର୍ମା କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୱାଙ୍ଗଚୁକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯାଉଛି । ଦୀର୍ଘ ଅନଶନ ଏବଂ ଶରୀରରେ ଜଳର ଅଭାବ କାରଣରୁ ସେ ଦୁର୍ବଳ ହୋଇପଡ଼ିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ସହ ଡାକ୍ତରମାନେ ନିରନ୍ତର ନଜର ରଖିଛନ୍ତି ।


ଏହି ମଧ୍ୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜୀତ ଦିପକେ ଘୋଷଣା କରିଛନ୍ତି ଯେ, ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସେ ମଧ୍ୟ ଅନିର୍ଦ୍ଦିଷ୍ଟକାଳୀନ ଭୂଖ ହଡ଼ତାଳ ଆରମ୍ଭ କରିଛନ୍ତି । ୱାଙ୍ଗଚୁକଙ୍କ ମେଡିକାଲ ଟିମ୍‌ର ସୂଚନା ଅନୁସାରେ, ତାଙ୍କର ECG ରିପୋର୍ଟ ସାଧାରଣ*ରହିଛି। ତେବେ ରକ୍ତଚାପଓ ରକ୍ତରେ ଶର୍କରା ସାଧାରଣଠାରୁ କମ୍ ଥିବା ଜଣାପଡ଼ିଛି । ବର୍ତ୍ତମାନ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *