ନିତିନ ଗଡ଼କରୀଙ୍କୁ ଟାର୍ଗେଟ୍ କରି ଭ୍ରମାତ୍ମକ ପ୍ରଚାର? ମନୀଷ କଶ୍ୟପ ସମେତ ଅନେକଙ୍କ ବିରୋଧରେ ମାମଲା

ଜଣାଶୁଣା ୟୁଟ୍ୟୁବର ମନୀଷ କଶ୍ୟପଙ୍କ ଜୁଲାଇ ୩ ତାରିଖର ଏକ ଭିଡିଓ ସମେତ ”ଦେଶୀ ବୟଜ୍”, ”ହର୍ଷିତ ରାଠୀ” ଏବଂ ”ଅଙ୍କଲେଶ ଇନୱାଟି” ନାମକ ଆକାଉଣ୍ଟଗୁଡ଼ିକ ବିରୋଧରେ ବିଜେପି ସୋସିଆଲ ମିଡିଆ ସେଲ୍ ଆପତ୍ତି ଉଠାଇ ଏଫଆଇଆର୍ ଦାୟର କରିଛି।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଟାର୍ଗେଟ୍ କରି ଇଥାନଲ୍ ମିଶ୍ରିତ ଇ-୨୦ ପେଟ୍ରୋଲ୍ ସମ୍ପର୍କରେ ସୋସିଆଲ ମିଡିଆରେ ଭ୍ରମାତ୍ମକ ସୂଚନା ପ୍ରସାର କରିବା ଅଭିଯୋଗରେ ନାଗପୁର ସାଇବର ପୋଲିସ ଅନେକ ଆକାଉଣ୍ଟଧାରୀ ଓ କଣ୍ଟେଣ୍ଟ କ୍ରିଏଟରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ମାମଲାରେ ଜଣାଶୁଣା ୟୁଟ୍ୟୁବର ମନୀଷ କଶ୍ୟପଙ୍କ ଜୁଲାଇ ୩ ତାରିଖର ଏକ ଭିଡିଓ ସମେତ ”ଦେଶୀ ବୟଜ୍”, ”ହର୍ଷିତ ରାଠୀ” ଏବଂ ”ଅଙ୍କଲେଶ ଇନୱାଟି” ନାମକ ଆକାଉଣ୍ଟଗୁଡ଼ିକ ବିରୋଧରେ ବିଜେପି ସୋସିଆଲ ମିଡିଆ ସେଲ୍ ଆପତ୍ତି ଉଠାଇ ଏଫଆଇଆର୍ ଦାୟର କରିଛି। ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ଏବଂ ଆଇଟି ଆକ୍ଟ ଅଧୀନରେ ମାମଲା ରୁଜୁ କରିଥିବା ବେଳେ ମନୀଷ କଶ୍ୟପ ନିଜ ବକ୍ତବ୍ୟରେ କାଏମ ରହିବା ସହ ସରକାର ତାଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଓଲଟା ଅଭିଯୋଗ କରିଛନ୍ତି ।

ଏହି ବିବାଦ ସେଭଳି ସମୟରେ ତୀବ୍ର ହୋଇଛି ଯେତେବେଳେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଇ-୨୦ ପେଟ୍ରୋଲ୍ ଯୋଗୁଁ ଗାଡ଼ିର ମାଇଲେଜ୍ କମୁଥିବା ଏବଂ ଇଞ୍ଜିନ ନଷ୍ଟ ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓ ଲୋକଙ୍କୁ ଏହାର ଭିଡିଓ ସେୟାର୍ କରିବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷେ, ଗତ ସପ୍ତାହରେ ପ୍ରସିଦ୍ଧ ବ୍ଲଗର ସୌରଭ ଜୋଶୀ ତାଙ୍କ ମର୍ସିଡିଜ୍ କାରର ମାଇଲେଜ୍ କମିବା ପାଇଁ ଇ-୨୦ ପେଟ୍ରୋଲକୁ ଦାୟୀ କରି ଏକ ଭିଡିଓ ଭାଇରାଲ୍ କରିଥିଲେ। ମାତ୍ର ମର୍ସିଡିଜ୍ ଇଣ୍ଡିଆର ସ୍ପଷ୍ଟୀକରଣ ଏବଂ ସର୍ଭିସ୍ ସେଣ୍ଟର ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ମାଇଲେଜ୍ କମିବା ପଛରେ ଇ-୨୦ ପେଟ୍ରୋଲ୍ ନୁହେଁ, ବରଂ ଗାଡ଼ିର ଇଞ୍ଜିନରେ ତ୍ରୁଟି ଥିଲା, ଯାହା ପାଇଁ ଜୋଶୀ ପରବର୍ତ୍ତୀ ସମୟରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *