ନ୍ୟୁଜ୍

‘ଲକ୍ ଅପ୍’ରେ ମୁହାଁମୁହିଁ ହେବେ ଗୋବିନ୍ଦା-ସୁନିତା! ବଢ଼ିଲା ସସ୍ପେନ୍ସ

ବଲିଉଡର ‘ହିରୋ ନମ୍ବର ୱାନ୍’ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ରିଆଲିଟି ଶୋ ‘ଲକ୍ ଅପ୍’ରେ ସୁନିତାଙ୍କ ଖୋଲାଖୋଲି ବୟାନ ପରେ ଏବେ ଏହି ଦମ୍ପତିଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଖବରର ଶିରୋନାମା ପାଲଟିଛି ।

ବଲିଉଡର ‘ହିରୋ ନମ୍ବର ୱାନ୍’ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ରିଆଲିଟି ଶୋ ‘ଲକ୍ ଅପ୍’ରେ ସୁନିତାଙ୍କ ଖୋଲାଖୋଲି ବୟାନ ପରେ ଏବେ ଏହି ଦମ୍ପତିଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଖବରର ଶିରୋନାମା ପାଲଟିଛି । ରିଆଲିଟି ଶୋ’ରେ ସୁନିତା ଆହୁଜା ନିଜ ବିବାହିତ ଜୀବନ, ସ୍ୱାମୀ ଗୋବିନ୍ଦାଙ୍କ ସହ ମତଭେଦ ଏବଂ ଅତୀତର କିଛି ବିବାଦକୁ ନେଇ ଖୋଲାମେଲା ଭାବେ ମତ ରଖିଥିଲେ । ତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, ଶୋ’ର ଏକ ଏପିସୋଡ୍‌ରେ ଗୋବିନ୍ଦାଙ୍କ ଏଣ୍ଟ୍ରିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । ଏହି ପ୍ରମୋ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି ।

 ଗୋବିନ୍ଦା ଓ ସୁନିତାଙ୍କ ମୁହାଁମୁହିଁ କଥାବାର୍ତ୍ତା ଏହି ଏପିସୋଡ୍‌ର ସବୁଠାରୁ ବଡ଼ ଆକର୍ଷଣ ହେବ ବୋଲି କୁହାଯାଉଛି । ସୁନିତା କହିଛନ୍ତି ଯେ ବିବାହିତ ଜୀବନରେ ଅନେକ ଉତ୍ଥାନ-ପତନ ଆସିଥିଲେ ମଧ୍ୟ ସେ ପରିବାରକୁ ଏକାଠି ରଖିବାକୁ ସବୁବେଳେ ଚେଷ୍ଟା କରିଛନ୍ତି । ଶୋ’ରେ ସେ କିଛି ବିବାଦୀୟ ମନ୍ତବ୍ୟ ମଧ୍ୟ ରଖିଥିଲେ, ଯାହା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନ୍ୟପଟେ, ଗୋବିନ୍ଦା ଓ ସୁନିତାଙ୍କ ସମ୍ପର୍କକୁ ନେଇ ପୂର୍ବରୁ ମଧ୍ୟ ଅନେକ ଗୁଜବ ସାମ୍ନାକୁ ଆସିଥିଲା । ତେବେ ଉଭୟ ସମୟ ସମୟରେ ନିଜ ସମ୍ପର୍କକୁ ନେଇ ସ୍ପଷ୍ଟୀକରଣ ଦେଇଆସିଛନ୍ତି । ଏବେ ରିଆଲିଟି ଶୋ’ର ଏହି ନୂଆ ଘଟଣା ପୁଣି ଥରେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି । ଆଗାମୀ ଏପିସୋଡ୍‌ରେ ଗୋବିନ୍ଦା ଓ ସୁନିତାଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହେବ ଏବଂ ସେମାନେ ନିଜ ସମ୍ପର୍କକୁ ନେଇ କେଉଁ ନୂଆ ଖୁଲାସା କରିବେ, ତାହାକୁ ନେଇ ଦର୍ଶକଙ୍କ ଆଗ୍ରହ ବଢ଼ିଛି ।

Leave a Reply

Your email address will not be published. Required fields are marked *