ମୁମ୍ବାଇ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା , ମୁହାଁମୁହିଁ ଦୁଇ ବିମାନ

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନବନ୍ଦରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ସମାନ ରନୱେରେ ଦୁଇଟି ବିମାନ ସାମ୍ନାସାମ୍ନି ଆସିଯିବାରୁ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା ।

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନବନ୍ଦରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ସମାନ ରନୱେରେ ଦୁଇଟି ବିମାନ ସାମ୍ନାସାମ୍ନି ଆସିଯିବାରୁ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନଟି ଲ୍ୟାଣ୍ଡିଂ ପରେ ରନୱେରେ ଅବସ୍ଥାନ କରିଥିଲା । ସେହି ସମୟରେ ଏୟାର ଇଣ୍ଡିଆର ଅନ୍ୟ ଏକ ବିମାନ ସେହି ରନୱେରୁ ଟେକ୍‌ଅଫ୍ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା । ପରିସ୍ଥିତିର ଗୁରୁତ୍ୱ ବୁଝି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ତୁରନ୍ତ ହସ୍ତକ୍ଷେପ କରି ପାଇଲଟଙ୍କୁ ଟେକ୍‌ଅଫ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ଫଳରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଏଡ଼ିଯାଇଥିଲା ଏବଂ ଶହ ଶହ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ରହିଥିଲା । ଘଟଣା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ଦୁଇଟି ବିମାନ ଏକେ ରନୱେରେ ପହଞ୍ଚିଲା ଏବଂ କେଉଁଠି ତ୍ରୁଟି ରହିଥିଲା, ସେନେଇ ତଦନ୍ତ ଚାଲିଛି । ଭବିଷ୍ୟତରେ ଏଭଳି ଘଟଣା ଯେପରି ଦୋହରା ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *