ପ୍ରବଳ ବର୍ଷାରେ ଜଳମଗ୍ନ କପିଳାଶ ପୀଠ , ମନ୍ଦିର ଭିତରକୁ ପଶିଲା ବର୍ଷା ପାଣି

ଅବପାତଜନିତ ଲଗାଣ ବର୍ଷା କପିଳାଶ ପୀଠରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ତୀବ୍ର ବେଗରେ ପାଣି ଖସୁଥିବା ବେଳେ ସମ୍ପୂର୍ଣ୍ଣ ମନ୍ଦିର ପରିସର ଜଳମଗ୍ନ ହୋଇଯାଇଛି । ମନ୍ଦିର ଚାରିପାଖରେ ପାଣି ଜମି ରହିଥିବା ସହ ବର୍ଷା ପାଣି ମନ୍ଦିର ଭିତରକୁ ମଧ୍ୟ ପ୍ରବେଶ କରିଥିବା ଦୃଶ୍ୟ ଚିନ୍ତା ବଢ଼ାଇଛି ।

ଅବପାତଜନିତ ଲଗାଣ ବର୍ଷା କପିଳାଶ ପୀଠରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ତୀବ୍ର ବେଗରେ ପାଣି ଖସୁଥିବା ବେଳେ ସମ୍ପୂର୍ଣ୍ଣ ମନ୍ଦିର ପରିସର ଜଳମଗ୍ନ ହୋଇଯାଇଛି । ମନ୍ଦିର ଚାରିପାଖରେ ପାଣି ଜମି ରହିଥିବା ସହ ବର୍ଷା ପାଣି ମନ୍ଦିର ଭିତରକୁ ମଧ୍ୟ ପ୍ରବେଶ କରିଥିବା ଦୃଶ୍ୟ ଚିନ୍ତା ବଢ଼ାଇଛି । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଝରଣା ଓ ନାଳଗୁଡ଼ିକ ଉଫାନ ମାରୁଛି । ଫଳରେ କପିଳାଶ ପୀଠକୁ ଯିବା ପାହାଞ୍ଚ ରାସ୍ତାକୁ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଭକ୍ତମାନଙ୍କୁ ପାହାଡ଼ ଉପରକୁ ଯିବାକୁ ବାରଣ କରାଯାଇଛି ।

ଏପଟେ ବିକଳ୍ପ ଭାବେ ବ୍ୟବହୃତ ବାରବାଙ୍କ ରାସ୍ତାରେ ମଧ୍ୟ ପରିସ୍ଥିତି ସ୍ୱାଭାବିକ ନାହିଁ । ପ୍ରବଳ ସ୍ରୋତ ଯୋଗୁଁ ରାସ୍ତା ଉପରେ ପାଣି ବହୁଥିବାରୁ ଗାଡ଼ି ଚଳାଚଳ ବେଶ୍ କଷ୍ଟସାଧ୍ୟ ହୋଇପଡ଼ିଛି । ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ବନ ବିଭାଗ ଓ ମନ୍ଦିର ପ୍ରଶାସନ ମଧ୍ୟ ସତର୍କ ରହିଛନ୍ତି । ବର୍ଷାର ପ୍ରକୋପ କମିବା ପରେ ସ୍ଥିତିର ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ସେପର୍ଯ୍ୟନ୍ତ ଅନାବଶ୍ୟକ ଭାବେ କପିଳାଶ ପୀଠକୁ ନ ଆସିବାକୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି । ପ୍ରକୃତିର ଏହି ରୁଦ୍ରରୂପ ମଧ୍ୟରେ କପିଳାଶ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପାଣି କମିବା ଓ ରାସ୍ତା ସୁରକ୍ଷିତ ହେବା ପରେ ହିଁ ସ୍ୱାଭାବିକ ଯାତାୟାତ ପୁଣି ଆରମ୍ଭ ହେବ । ସେପର୍ଯ୍ୟନ୍ତ ପ୍ରଶାସନର ପରାମର୍ଶ ମାନି ସତର୍କ ରହିବା ହିଁ ସବୁଠାରୁ ବଡ଼ ସୁରକ୍ଷା ।

Leave a Reply

Your email address will not be published. Required fields are marked *