ବଲାଙ୍ଗିରର ଗଞ୍ଜାଧର ସେଚ ପ୍ରକଳ୍ପ ନିର୍ମାଣର ଦୁଇ ଦଶନ୍ଧି ପରେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ। ବର୍ଷା ହେଲେ ଅନେକ ଗାଁ ବିଛିନ୍ନ ହେଉଥିବାରୁ ପ୍ରଭାବିତ ଲୋକେ ବିସ୍ଥାପନ ଓ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ମାନ୍ୟତା ଦାବି କରିଛନ୍ତି।
ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ର ଗଞ୍ଜାଧର ସେଚ ପ୍ରକଳ୍ପ ନିର୍ମାଣ ପ ଦୁଇ ଦଶନ୍ଧି ପରେ ମଧ୍ୟ ସମସ୍ୟା ଜର୍ଜରିତ ହୋଇ ରହିଛନ୍ତି।୧୯୯୯ ମସିହା ରେ ନିର୍ମାଣ ହୋଇଥିବା ଗଞ୍ଜାଧର ସେଚ ପ୍ରକଳ୍ପ ଏବେ ଶେଷ ହେବାକୁ ପଶିଲାଣି,ବର୍ଷା ହେଲେ ଜଳ ଭଣ୍ଡାର ରେ ପାଣି ଭର୍ତ୍ତି ହେବା ସହ ଠେଲା ପାଣି ରେ ଗାଁ ଗୁଡିକ ବିଛିନ୍ନାଞ୍ଚଳ ଭାବେ ଦୁଃଖ ଭୋଗୁଛନ୍ତି।ଏ ନେଇ ସେମାନେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୂର୍ବତନ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜଣାଇଥଇଲେ ହେଁ କୌଣସି ସୁଫଳ ମିଳି ପାରି ନାହିଁ,ଫଳ ରେ କ୍ଷୁଦ୍ର ଜଳସେଚନ ବିଭାଗ ର ଅଧୀକ୍ଷଣ ଯନ୍ତ୍ରୀ ଙ୍କୁ ଘେରାଉ କରିବା ସହ ସେମାନଙ୍କୁ ଏବେ ସେସବୁ ଗାଁ କୁ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ ଭାବେ ମାନ୍ୟତା ଦେଇ ବିସ୍ଥାପନ କରିବାକୁ ଦାବି କରିଛନ୍ତି।

