ମାଲକାନଗିରି ଜିଲ୍ଲାରେ ଏବେ କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ନ ହେଲେ ମଧ୍ୟ ଏହି ହାଲୁକା ବର୍ଷା ଚାଷ କାମ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି ।
ମାଲକାନଗିରି ଜିଲ୍ଲାରେ ଏବେ କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ନ ହେଲେ ମଧ୍ୟ ଏହି ହାଲୁକା ବର୍ଷା ଚାଷ କାମ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି । ମାଟି ଭିଜି ଥିବାରୁ ଚାଷୀମାନେ ଧାନ ବୁଣା ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ତାପମାତ୍ରା କମି ଥିବାରୁ ଉତ୍ତାପ ହ୍ରାସ ପାଇଛି ଏବଂ ପରିବେଶ ଶୀତଳ ହୋଇଯାଇଛି ।
ଏଥିରୁ ସ୍ଥାନୀୟ ଲୋକମାନେ ଆଶ୍ବସ୍ତି ଅନୁଭବ କରୁଛନ୍ତି । ସହର ଓ ଗ୍ରାମାଞ୍ଚଳରେ ଲୋକେ ଏହି ମନୋରମ ପ୍ରାକୃତିକ ପରିବେଶକୁ ଉପଭୋଗ କରୁଛନ୍ତି । ସମଗ୍ର ଅଞ୍ଚଳରେ ବର୍ଷା ସହିତ ମେଘାଛାୟା ପାଗ ମାଲକାନଗିରିକୁ ଏକ ସୁନ୍ଦର ଓ ଆନନ୍ଦମୟ ରୂପ ଦେଇଛି ।

