୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ବର୍ଷା , ଖଜୁରୀପଡ଼ାରେ ସର୍ବାଧିକ ୨୭୬ ମିମି

ରାଜ୍ୟରେ ଲଗାତାର ବର୍ଷାର ପ୍ରଭାବରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ଅନେକ ସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି । ସର୍ବାଧିକ ବର୍ଷା କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାରେ ରେକର୍ଡ ହୋଇଛି ।

ରାଜ୍ୟରେ ଲଗାତାର ବର୍ଷାର ପ୍ରଭାବରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ଅନେକ ସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି । ସର୍ବାଧିକ ବର୍ଷା କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାରେ ରେକର୍ଡ ହୋଇଛି । ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଖଜୁରୀପଡ଼ାରେ ସର୍ବାଧିକ ୨୭୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ରାଜ୍ୟର ସର୍ବୋଚ୍ଚ ବର୍ଷା ପରିମାଣ ଭାବେ ଦର୍ଶାଯାଇଛି । ସେହିପରି ବଲାଙ୍ଗୀର ଜିଲ୍ଲାର ତୁରକେଲାରେ ୨୬୪ ମିମି, ମୁରିବାହାଲରେ ୨୪୯ ମିମି ବର୍ଷା ରେକର୍ଡ ହୋଇଛି ।

 କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୨୨୪.୪ ମିମି, ଫିରିଙ୍ଗିଆରେ ୨୨୩.୬ ମିମି ଏବଂ ଜି. ଉଦୟଗିରିରେ ୨୨୦ ମିମି ବର୍ଷା ହୋଇଛି । ଲଗାତାର ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ-ନାଳର ଜଳସ୍ତର ବୃଦ୍ଧି ପାଉଥିବାବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ଆଗାମୀ ଦିନରେ ମଧ୍ୟ ବର୍ଷା ଜାରି ରହିପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

Leave a Reply

Your email address will not be published. Required fields are marked *