ରାମ ମନ୍ଦିର ଦାନ ଚୋରି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ କଲେ କେଜ୍ରିୱାଲ

ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ମାମଲା ଦିନକୁ ଦିନ ଅଧିକ ସରଗରମ ହେଉଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋଷୀମାନଙ୍କୁ ସୁରକ୍ଷା ଦେବାକୁ ‌ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିକଟରେ ଚୋରି ଟଙ୍କା ପହଞ୍ଚିବାରେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ।

ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ମାମଲା ଦିନକୁ ଦିନ ଅଧିକ ସରଗରମ ହେଉଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋଷୀମାନଙ୍କୁ ସୁରକ୍ଷା ଦେବାକୁ ‌ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିକଟରେ ଚୋରି ଟଙ୍କା ପହଞ୍ଚିବାରେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ।

କିନ୍ତୁ ସେ ସବୁ କିଛି ଲୁଚେଇବାକୁ ଓ ଦୋଷୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡ଼ୁଛି। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନେକ ପ୍ରଶ୍ନ କରିଥିଲେ। ସେ ଏତେ ଦୀର୍ଘ ସମୟ ହେଲା ରାମ ମନ୍ଦିର ଦାନ ଟଙ୍କା ଆତ୍ମସାତ୍‌ ହେଉଥିବା ସମ୍ପର୍କରେ କେମିତି ଜାଣି ପାରିଲେ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। କେଉଁ କାରଣରୁ ଦୋଷୀମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ମଧ୍ୟ କେଜ୍ରିୱାଲ ପ୍ରଶ୍ନ କରିଥିଲେ। 

କେଜ୍ରିୱାଲ ଗୁରୁବାର ଆମ ଆଦମୀ ପାର୍ଟିର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ସୌରଭ ଭାରଦ୍ବାଜଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀ କରି ରାମ ମନ୍ଦିରରେ ୨୦୨୧ରେ ଜମି କ୍ରୟ ଓ ଦାନ ଚୋରି ବ୍ୟତୀତ ମନ୍ଦିର ନିର୍ମାଣରେ ୪୦% କମିସନ ମଗାଯିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। କେଜ୍ରିୱାଲ କହିଛନ୍ତି, ମନ୍ଦିରରେ ଚୋରି ହୋଇଛି ବୋଲି ଏବେ ସବୁ ଲୋକ ମାନୁଛନ୍ତି। ଏଥିରେ ବଡ଼ ବଡ଼ ପ୍ରଭାବଶାଳୀ ଲୋକ ମଧ୍ୟ ସାମିଲ ଅଛନ୍ତି।

କିନ୍ତୁ ଏବେ ସବୁଠାରୁ ବଡ଼ ପ୍ରଶ୍ନ କ’ଣ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ କ’ଣ ଗିରଫ କରାଯିବ। କିଛି ନ୍ୟୁଜ ଚାନେଲ କହୁଛନ୍ତି ମୋଦୀଜୀ କାହାକୁ ଛାଡ଼ିବେ ନାହିଁ। କିନ୍ତୁ ମୁଁ ଦେଶର ଲୋକଙ୍କୁ ପଚାରିବାକୁ ଚାହେଁ କ’ଣ ସେମାନଙ୍କର ମଧ୍ୟ ଭରସା ଅଛି ଯେ, ମୋଦୀଜୀ ପ୍ରକୃତ ଚୋରଙ୍କୁ ଦଣ୍ଡ ଦେଇପାରିବେ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। 

କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ଟ୍ରଷ୍ଟ ଗଠନ କରିଥିଲେ। ନିଜେ ଜଣ ଜଣ କରି ଟ୍ର‌ଷ୍ଟର ସଦସ୍ୟ ନିଯୁକ୍ତ କରିଥିଲେ। ଟ୍ରଷ୍ଟରେ ତାଙ୍କର ସବୁ ନିଜ ଲୋକ ଅଛନ୍ତି। ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟ ପ୍ରଧାନମନ୍ତ୍ରୀଙ୍କ ଖୁବ୍‌ ଘନିଷ୍ଠ। ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାଯିବାବେଳେ ମଧ୍ୟ ଜାଲିଆତି ହୋଇଥିଲା। ୨୦୨୧ରେ ପାଠକ ପରିବାର ୨ କୋଟି ଟଙ୍କାରେ ଜମି ବିଜେପି ପାର୍ଟିର ଜଣେ ବ୍ୟକ୍ତିକୁ ବିକ୍ରି କରିଥିଲା। ୧୦ ମିନିଟ ଭିତରେ ଉକ୍ତ ବ୍ୟକ୍ତି ସେହି ଜମିକୁ ୧୮ କୋଟି ଟଙ୍କାରେ ମନ୍ଦିର ଟ୍ରଷ୍ଟକୁ ବିକ୍ରି କରିଥିଲା। ଏସବୁ ବିଷୟରେ ପ୍ରଧାନମନ୍ତ୍ରୀ କେମିତି କିଛି ଜାଣିପାରିଲେ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। 

ରାମ ମନ୍ଦିର ଦାନ ଚୋରି ଓ ଜମି କିଣିବା ଓ ନିର୍ମାଣରେ କମିସନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଅତି କମ୍‌ରେ ୧୨ଟି ରିପୋର୍ଟ ପ୍ରଦାନ କରିଥିଲା ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। କିନ୍ତୁ ଆପଣ ଧ୍ରୁତରାଷ୍ଟ୍ର ସାଜି ନିରବ ରହିଲେ କିନ୍ତୁ ଯେତେବେଳେ ସବୁ କିଛି ପ୍ରଘଟ ହୋଇଗଲା ଏହାକୁ ଲୁଚେଇବାକୁ ଏସ୍ଆଇଟି ଗଠନ କଲେ ବୋଲି କେଜ୍ରିୱାଲ କହିଛନ୍ତି। କେଜ୍ରିୱାଲ କହିଛନ୍ତି ବ୍ରିଜଭୂଷଣ ସିଂହ ଓ ବାବା ବାଗେଶ୍ବରଙ୍କ ପରି ଲୋକ ମୁହଁ ଖୋଲିବାକୁ ଡରୁଛନ୍ତି। କେଜ୍ରିୱାଲ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆପଣ କାହାକୁ ଡରୁଛନ୍ତି ଓ ସୁରକ୍ଷା ଦେଉଛନ୍ତି।

ଅନ୍ୟପକ୍ଷରେ ରାମ ମନ୍ଦିର ଦାନ ଟଙ୍କା ଚୋରି ପାଇଁ ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ଦାୟୀ ନୁହେଁ ବୋଲି ଭିଏଚ୍‌ପିର ଅନ୍ତର୍ଜାତୀୟ ସଭାପତି ଆଲୋକ କୁମାର ହିନ୍ଦୁସ୍ତାନ ଟାଇମ୍ସକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି। ଆଲୋକ କୁମାର କହିଛନ୍ତି, ଚମ୍ପତ ରାୟଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେଥିପାଇଁ ଅପେକ୍ଷା କରିଛି। ସୂଚନାଯୋଗ୍ୟ, ଚମ୍ପତ ରାୟ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଥିବାବେଳେ ଏସ୍‌ଆଇଟି ତଦନ୍ତ ଆରମ୍ଭ ହେବା ପରେ ଟ୍ରଷ୍ଟର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହି ଅବସରରେ ଆଲୋକ କୁମାର କହିଛନ୍ତି, ଚମ୍ପତ ରାୟଙ୍କ ଅବହେଳା ଯୋଗୁଁ ଦାନ ଚୋରି ‌ହେଲା, ତେଣୁ ଏହି ଅବହେଳା ପାଇଁ ସେ ଦୋଷୀ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *