ବାଲି ମାଫିଆଙ୍କ ବିରୋଧରେ ପ୍ରଶାସନର ବଡ଼ ଆକ୍ସନ୍, ୨ କୋଟିରୁ ଅଧିକ ଟଙ୍କାର ବାଲି ଜବତ

ଜଗତସିଂହପୁର ଜିଲାରେ ଛାନିଆ ବାଲି ମାଫିଆ । ସକ୍ରିୟ ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ପୁଣି ଆକ୍ସନ ମୁଡ କୁ ଆସିଛି ଜିଲା ପ୍ରଶାସନ । ଜବତ ବାଲିର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ ହେବ ପ୍ରଶାସନ ପକ୍ଷରୁ କୁହାଯାଇଛି

ଜଗତସିଂହପୁର ଜିଲାରେ ଛାନିଆ ବାଲି ମାଫିଆ । ସକ୍ରିୟ ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ପୁଣି ଆକ୍ସନ ମୁଡ କୁ ଆସିଛି ଜିଲା ପ୍ରଶାସନ । ଗତ ୪ ଦିନ ତଳେ ବିରିଡି ବ୍ଲକ ସଙ୍ଖାରି ସାହି ଠାରେ ଚଢ଼ାଉ କରି ୫୦୦ ଟ୍ରିପ ବେଆଇନ ଭାବରେ ଗଛିତ ଥିବା ବାଲିକୁ ପ୍ରଶାସନ ଜବତ କରିଥିବାବେଳେ  ଗତ କାଲି ରାତିରେ ଜିଲା ନାଉଗାଁ ତହସିଲ ଏରେଡା ଓ ବୋଦର ନିକଟରେ ଉପଜିଲ୍ଲାପାଳ ଙ୍କ ଚଢ଼ାଉ  ନେତୃତ୍ବରେ ଏକ ଟିମ ଚଢ଼ାଉ କରି ୯୦୦ ଟ୍ରିପ ରୁ ଉର୍ଦ୍ଧ ବେଆଇନ ଭାବରେ ଗଛିତ ଥିବା ବାଲି ଜବତ କରିଛି । ଜବତ ବାଲିର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ ହେବ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ଘଟଣା ସ୍ଥଳରେ ୧୬୩ ଧାରା ଜାରି କରାଯିବା ସମସ୍ତ ଜବତ ବାଲିକୁ ନିଲାମ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *