ଉମରକୋଟରେ ଅଘଟଣ; ମିନିଟ୍ରକ୍ ଚଢ଼ିଯିବାରୁ ୪ ବର୍ଷର ଶିଶୁ ମୃତ

ଉମରକୋଟରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଏକ ମିନିଟ୍ରକ୍ ଚଢ଼ିଯିବାରୁ ଜଣେ ୪ ବର୍ଷର ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସେହି ସମୟରେ ମା’ଙ୍କ ସହ ଥିବା ଅନ୍ୟ ଦୁଇ ଶିଶୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । 

ଉମରକୋଟରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଏକ ମିନିଟ୍ରକ୍ ଚଢ଼ିଯିବାରୁ ଜଣେ ୪ ବର୍ଷର ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସେହି ସମୟରେ ମା’ଙ୍କ ସହ ଥିବା ଅନ୍ୟ ଦୁଇ ଶିଶୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଉମରକୋଟ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ବର୍ଷର କୁନି ଶିଶୁଟି ଟ୍ରକ୍ ଚକା ତଳେ ପଡ଼ିଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା ।

 ତେବେ ମା’ ଓ ସାଙ୍ଗରେ ଥିବା ଅନ୍ୟ ଦୁଇ ଶିଶୁ ଅଳ୍ପକେ ପ୍ରାଣରକ୍ଷା ପାଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଦୁର୍ଘଟଣାର କାରଣ ଏବଂ ମିନିଟ୍ରକ୍ ଚାଳକଙ୍କ ଭୂମିକାକୁ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଏହି ଅଭାବନୀୟ ଘଟଣା ପୁଣିଥରେ ସଡ଼କ ସୁରକ୍ଷା ଏବଂ ବେପରୁଆ ଗାଡ଼ି ଚାଳନାକୁ ନେଇ ପ୍ରଶ୍ନ ଉଠାଇଛି ।

Leave a Reply

Your email address will not be published. Required fields are marked *