ସାମାନ୍ୟ ବଚସାର ରକ୍ତାକ୍ତ ପରିଣତି, ଛୁରିରେ ବାପାଙ୍କ ତଣ୍ଟି କାଟିଲା ପୁଅ

କୌଣସି ସାମାନ୍ୟ କଥାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ତେଜନା ବଢ଼ିବା ପରେ ପୁଅ ଏକ ଧାରୁଆ ଛୁରିରେ ବାପାଙ୍କ ତଣ୍ଟିକୁ ଆକ୍ରମଣ କରିଥିଲା । ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ବାପାଙ୍କ ମୃତ୍ୟୁ ହୋଇଥିଲା ।

ସାମାନ୍ୟ କଥାକୁ କେନ୍ଦ୍ର କରି ରକ୍ତରେ ରଙ୍ଗିନ ହେଲା ସମ୍ପର୍କ । ବାପା-ପୁଅର ବଚସା ନେଲା ଭୟଙ୍କର ମୋଡ଼ । ଛୁରିରେ ବାପାଙ୍କ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗରେ ପୁଅକୁ ଅଟକ ରଖିଛି ପୁଲିସ । ଏଭଳି ଚାଞ୍ଚଲ୍ୟକର ଘଟଣା ଲହୁଣିପଡ଼ା ଥାନା ଅଧୀନ ଟେନସା ଫାଣ୍ଡି ଅଞ୍ଚଳର ବରସୁଆଁରେ ଘଟିଛି । ସୂଚନା ଅନୁସାରେ, କୌଣସି ସାମାନ୍ୟ କଥାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ତେଜନା ବଢ଼ିବା ପରେ ପୁଅ ଏକ ଧାରୁଆ ଛୁରିରେ ବାପାଙ୍କ ତଣ୍ଟିକୁ ଆକ୍ରମଣ କରିଥିଲା । ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ବାପାଙ୍କ ମୃତ୍ୟୁ ହୋଇଥିଲା ।

ଘଟଣା ଜଣାପଡ଼ିବା ପରେ ଲହୁଣିପଡ଼ା ପୁଲିସ ଓ ଟେନସା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖିଛନ୍ତି । ସେହିପରି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ସାକ୍ଷ୍ୟ ସଂଗ୍ରହ କରି ତଦନ୍ତ ଜାରି ରଖିଛି । ଘଟଣାର ପ୍ରକୃତ କାରଣ ଏବଂ ହତ୍ୟା ପଛର ପରିସ୍ଥିତି ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଚାଲିଥିବାବେଳେ, ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *