ବଣ୍ଡା ଜନଜାତିଙ୍କ ହେକ୍ଟର ହେକ୍ଟର ଜମି ହଡ଼ପ ; ସାହୁକାର ବର୍ଗର ଲୋକେ ହଡ଼ପ କରିଥିବା ଅଭିଯୋଗ

ମାଲକାନଗିରି ଖଇରପୁଟ ବ୍ଲକ ଅଧୀନରେ ବସବାସ କରୁଥିବା ବଣ୍ଡା ଜନଜାତିଙ୍କ ପ୍ରାୟ ୨୭ ଏକର ଜମିକୁ ପାଖ ଗାଁର ସାହୁକାର ବର୍ଗର ଲୋକେ ହଡପ କରି ନେଇଥିବା ଅଭିଯୋଗ ହୋଇଛି । ବିଶେଷ କରି ଖଇରପୁଟ ତହସିଲ ଅନ୍ତର୍ଗତ ରାସବେଡା ମୌଜାରେ ୭ ଜଣ ଗ୍ରାମବାସୀଙ୍କ ଦଖଲରେ ଥିବା ୧୦.୭୪ ହେକ୍ଟର ଜମି ଦଶନ୍ଧି ଦଶନ୍ଧି ଧରି ବନ୍ଧଗୁଡା ଗାଁ ଲୋକଙ୍କ ଦଖଲରେ ରହିଛି ।

ବଣ୍ଡା ଜନଜାତିଙ୍କ ଜମି ହଡପ୍‌ । ଆଦିମ ବଣ୍ଡା ଜନଜାତିଙ୍କ ହେକ୍ଟର ହେକ୍ଟର ଜମି ହଡପ୍ ଅଭିଯୋଗ । ମାଲକାନଗିରି ଖଇରପୁଟ ବ୍ଲକ ଅଧୀନରେ ବସବାସ କରୁଥିବା ବଣ୍ଡା ଜନଜାତିଙ୍କ ପ୍ରାୟ ୨୭ ଏକର ଜମିକୁ ପାଖ ଗାଁର ସାହୁକାର ବର୍ଗର ଲୋକେ ହଡପ କରି ନେଇଥିବା ଅଭିଯୋଗ ହୋଇଛି । ବିଶେଷ କରି ଖଇରପୁଟ ତହସିଲ ଅନ୍ତର୍ଗତ ରାସବେଡା ମୌଜାରେ ୭ ଜଣ ଗ୍ରାମବାସୀଙ୍କ ଦଖଲରେ ଥିବା ୧୦.୭୪ ହେକ୍ଟର ଜମି ଦଶନ୍ଧି ଦଶନ୍ଧି ଧରି ବନ୍ଧଗୁଡା ଗାଁ ଲୋକଙ୍କ ଦଖଲରେ ରହିଛି । ସେମାନେ ଏହି ଜମିରେ ଚାଷ ବାସ କରି ଆସୁଛନ୍ତି । 

ତେବେ କେମିତି ତାଙ୍କ ଦଖଲରେ ଥିବା ଜମି, ଅନ୍ୟ ଗାଁର ଲୋକଙ୍କ ନାଁରେ ପଟ୍ଟା କରାଗଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକେ । ସେହିପରି ଆଖପାଖ ଗାଁର ପ୍ରାୟ ୭୦ ଏକର ବଣ୍ଡା ଜମି ହଡପ ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇ ନିଜ ଗୁହାରି ଜଣାଇଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକେ ।

Leave a Reply

Your email address will not be published. Required fields are marked *