ଲଣ୍ଡନରେ ଦୁଇ ଟ୍ରେନ୍ ଧକ୍କା: ଜଣେ ମୃତ, ୯୦ରୁ ଅଧିକ ଆହତ

ଇଂଲଣ୍ଡର ରାଜଧାନୀ ଲଣ୍ଡନର ଉତ୍ତର ଭାଗରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ବେଡଫୋର୍ଡଶାୟାର ସହରର ଦକ୍ଷିଣ ଭାଗରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ଭୟଙ୍କର ଧକ୍କାରେ ଜଣେ ପ୍ରାଣ ହରାଇଛନ୍ତି । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ୯୦ ରୁ ଅଧିକ ଲୋକ ଆହତ ହେବାର ଆଶଙ୍କା କରାଯାଉଛି।

ଇଂଲଣ୍ଡର ରାଜଧାନୀ ଲଣ୍ଡନର ଉତ୍ତର ଭାଗରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି । ବେଡଫୋର୍ଡଶାୟାର ସହରର ଦକ୍ଷିଣ ଭାଗରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ଭୟଙ୍କର ଧକ୍କାରେ ଜଣେ ପ୍ରାଣ ହରାଇଛନ୍ତି । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ୯୦ ରୁ ଅଧିକ ଲୋକ ଆହତ ହେବାର ଆଶଙ୍କା କରାଯାଉଛି।

ଶୁକ୍ରବାର ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୫:୧୫ ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ରିପୋର୍ଟ ଅନୁଯାୟୀ, ପୂର୍ବ ମିଡଲ୍ୟାଣ୍ଡସ୍ ରେଳବାଇର ଟ୍ରେନ୍ ଦୁଇଟି ଦକ୍ଷିଣରେ ଥିବା ଲଣ୍ଡନର ସେଣ୍ଟ ପାନ୍କ୍ରାସ ଷ୍ଟେସନ ଅଭିମୁଖେ ଯାତ୍ରା କରୁଥିବା ବେଳେ ବେଡଫୋର୍ଡ ସହର ବାହାରେ ଧକ୍କା ହୋଇଥିଲା। ଏହି ରେଳପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା କେନ୍ଦ୍ରୀୟ ଲଣ୍ଡନକୁ ମଧ୍ୟ ଇଂଲଣ୍ଡର ବିଭିନ୍ନ ଅଞ୍ଚଳ ସହିତ ସଂଯୋଗ କରିଥାଏ।

ଧକ୍କା ଯୋଗୁଁ କେତେକ ଯାତ୍ରୀ ସେମାନଙ୍କ ସିଟ୍‌ରୁ ଖସି ପଡ଼ିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳଗୁଡ଼ିକୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବେଡଫୋର୍ଡଶାୟାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଇଂଲଣ୍ଡ ଆମ୍ବୁଲାନ୍ସ ସେବାର ଏୟାର ଆମ୍ବୁଲାନ୍ସ ଘଟଣାସ୍ଥଳରେ ମୁତୟନ କରାଯାଇଥିଲା।

ପୁଲିସ, ଅଗ୍ନିଶମ ଏବଂ ଉଦ୍ଧାର ଏବଂ ଆମ୍ବୁଲାନ୍ସ ସେବାର ମିଳିତ ଦଳଗୁଡ଼ିକ ଧ୍ୱଂସାବଶେଷ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ଫଟୋଗୁଡ଼ିକରେ ପୀଡିତମାନେ ମୁଣ୍ଡରେ ପଟି ବାନ୍ଧି ପ୍ରାଥମିକ ଚିକିତ୍ସା ପାଉଥିବାର ଦେଖାଯାଉଛି। ଦି ଟାଇମ୍ସ ଅଫ୍ ଲଣ୍ଡନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚିକିତ୍ସା ଲାଗି ୯୦ ରୁ ଅଧିକ ଆହତଙ୍କ ଆସିବାର ସମ୍ଭାବନା ଥିବାରୁ ବେଡଫୋର୍ଡ ହସ୍ପିଟାଲର କର୍ମଚାରୀମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ଲାଇନଚ୍ୟୁତ ଟ୍ରେନ୍‌ଗୁଡ଼ିକ ଟ୍ରାକରେ ରହିଛି। ଏହି ରୁଟରେ ଟ୍ରେନ୍‌ ସେବାକୁ ସାମୟିକ ସ୍ଥଗିତ ରଖାଯାଇଛି । 

Leave a Reply

Your email address will not be published. Required fields are marked *