ବେଳେବେଳେ ମୁଣ୍ଡ ଖଟାଇ କାମ କର: ନେତାନ୍ୟାୟୁଙ୍କୁ ଟ୍ରମ୍ପଙ୍କ ପରାମର୍ଶ ପରେ ଇସ୍ରାଏଲ-ହିଜବୁଲ୍ଲା ଅସ୍ତ୍ରବିରତି

ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ପରେ, ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଏବେ ଏକ ଅସ୍ତ୍ରବିରତି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ଇସ୍ରାଏଲକୁ ଅସ୍ତ୍ରବିରତି ପାଇଁ ରାଜି ହେବାକୁ ଅନୁରୋଧ କରିଛନ୍ତି ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ତୀବ୍ର ଉତ୍ତେଜନା ମଧ୍ୟରେ, ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ଆସିଛି । ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ପରେ, ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଏବେ ଏକ ଅସ୍ତ୍ରବିରତି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ଇସ୍ରାଏଲକୁ ଅସ୍ତ୍ରବିରତି ପାଇଁ ରାଜି ହେବାକୁ ଅନୁରୋଧ କରିଛନ୍ତି । କାରଣ ଲେବାନନରେ ଆକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଇରାନ ସହିତ ଚାଲିଥିବା ଶାନ୍ତି ପ୍ରକ୍ରିୟା ଭାଙ୍ଗିବାର ଆଶଙ୍କା ରହିଛି ।

ଟ୍ରମ୍ପ କଠୋର ସ୍ୱରରେ ଇସ୍ରାଏଲକୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିଥିଲେ। ଜଣେ ସାମ୍ବାଦିକଙ୍କ ଅନୁଯାୟୀ, ଟ୍ରମ୍ପ ଇସ୍ରାଏଲୀ ଅଧିକାରୀମାନଙ୍କୁ କହିଥିଲେ, ବେଳେବେଳେ କେବଳ ଶାନ୍ତ ରହିବା ଏବଂ ମୁଣ୍ଡ ଖଟାଇବା ଆବଶ୍ୟକ । ଟ୍ରମ୍ପ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ସିଧାସଳଖ କଥା ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନଥିଲେ ତେବେ ସେ ଜୋର ଦେଇ କହିଥିଲେ ଯେ, ଚାଲିଥିବା ଯୁଦ୍ଧ ଶାନ୍ତି ଚୁକ୍ତିକୁ ଦୁର୍ବଳ କରୁଛି ।

ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଲେବାନନରେ ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୪ଟାରେ ଗୁଳିବର୍ଷା ବନ୍ଦ ହୋଇଥିଲା ଏବଂ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା । ଆମେରିକା ଏବଂ କତାର ଆଲୋଚନାକାରୀମାନେ ଚୁକ୍ତିନାମାରେ ମଧ୍ୟସ୍ଥତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଇରାନ ମଧ୍ୟ ସହାୟତା ଯୋଗାଇ ଦେଇଥିଲା । ହିଜବୁଲ୍ଲା ସୂତ୍ର ଏବଂ ବରିଷ୍ଠ ଇସ୍ରାଏଲୀ ଅଧିକାରୀମାନେ ମଧ୍ୟ ଅସ୍ତ୍ରବିରତିକୁ ନିଶ୍ଚିତ କରିଥିଲେ। ଇସ୍ରାଏଲ କହିଛି ଯେ, ଯଦି ହିଜବୁଲ୍ଲା ଆକ୍ରମଣ ନ କରେ, ତେବେ ଆମେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ତେବେ ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ ମୁତୟନ ରହିବେ ।

ହିଜବୁଲ୍ଲା ସାଂସଦ ହାସନ ଫଦଲାଲ୍ଲା କହିଛନ୍ତି, ଇରାନ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଭବିଷ୍ୟତର ଯେକୌଣସି ଆଲୋଚନା ଲେବାନନରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଉପରେ ନିର୍ଭର କରିବ । ଏହି ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକାକୁ ଚେତାବନୀ ଦେଇଛନ୍ତି ଯେ, ଚୁକ୍ତି ଅନୁଯାୟୀ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ୱାସିଂଟନ ସମ୍ପୂର୍ଣ୍ଣ ଦାୟୀ ରହିବ । ଏହି ଅସ୍ତ୍ରବିରତିକୁ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି ।

Leave a Reply

Your email address will not be published. Required fields are marked *