ପୁଣି ମାତିଲେ ମନ୍ଦିର ଚୋର । ଗୋଟିଏ ରାତିରେ ଏକକାଳୀନ ୩ଟି ମନ୍ଦିରରୁ ଚୋରି। ମନ୍ଦିର କବାଟ ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର । ପୁରୀ ଅସ୍ତରଙ୍ଗ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରରୁ ଚୋରି ହୋଇଛି ।
ପୁଣି ମାତିଲେ ମନ୍ଦିର ଚୋର । ଗୋଟିଏ ରାତିରେ ଏକକାଳୀନ ୩ଟି ମନ୍ଦିରରୁ ଚୋରି । ମନ୍ଦିର କବାଟ ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର । ପୁରୀ ଅସ୍ତରଙ୍ଗ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରରୁ ଚୋରି ହୋଇଛି । କୋରଣା ପଞ୍ଚାୟତରେ ଥିବା ରାଧାକୃଷ୍ଣ ମନ୍ଦିର, ସରିପୁର ପଞ୍ଚାୟତରେ ଥିବା ହନୁମାନ ମନ୍ଦିର, ଯୋଗେଶ୍ୱର ଶିବ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି, କବାଟ ଭାଙ୍ଗି ଠାକୁରଙ୍କ ସୁନା ରୁପା ଅଳଙ୍କାର ସହ ମନ୍ଦିର ଘଣ୍ଟ, ହୁଣ୍ଡୀ ସହ ଅନ୍ୟାନ୍ୟ ସାମଗ୍ରୀ ସବୁ ଲୁଟି ନେଇଛନ୍ତି । ଏ ନେଇ ମନ୍ଦିର ପୂଜକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଏତଲା ପରେ ପୁଲିସ ମାମଲାର ଖୋଳତାଡ଼ ଚଳାଇଛି ।

