ମାଲକାନଗିରି ଜିଲ୍ଲାରେ ଡାକ୍ତରଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣା ପରେ ଚିକିତ୍ସା ସେବା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି ।
ମାଲକାନଗିରି ଜିଲ୍ଲାରେ ଡାକ୍ତରଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣା ପରେ ଚିକିତ୍ସା ସେବା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଓଡ଼ିଶା ମେଡିକାଲ ସେବା ସଂଘ (OMSA) ଶାଖା ପକ୍ଷରୁ ମଧ୍ୟ ଏହି ପ୍ରତିବାଦକୁ ସମର୍ଥନ ଜଣାଯାଇଛି । ସଂଘର ସଦସ୍ୟମାନେ ଡାକ୍ତରଙ୍କ ସୁରକ୍ଷା ଦାବିକୁ ଜୋରଦାର ଭାବେ ଉଠାଇଛନ୍ତି ଏବଂ ଆକ୍ରମଣକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ, ଯଦି ତାଙ୍କର ଦାବି ପୂରଣ ହୁଏନାହିଁ, ତେବେ ଡାକ୍ତରଖାନାରେ ଚିକିତ୍ସା ସେବା ଠପ୍ ହୋଇପାରେ ବୋଲି ସତର୍କ କରାଯାଇଛି । ଏହି ଚେତାବନୀ ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଚିନ୍ତା ବଢ଼ିଛି । ସଂଘ ପକ୍ଷରୁ ପୁଣିଥରେ ଡାକ୍ତରଙ୍କ ସୁରକ୍ଷା ପ୍ରଦାନ ଦାବି ଦୋହରାଯାଇଛି । ହସ୍ପିଟାଲ ପରିସରରେ ଡାକ୍ତରମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଠୋର କରିବାକୁ ମଧ୍ୟ ଆବଶ୍ୟକତା ଉପରେ ଜୋର ଦିଆଯାଇଛି । ଅନ୍ୟପଟେ, ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ସହ ନେଇଛି ଏବଂ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଥିବା ସୂଚନା ମିଳିଛି । ତେବେ ଏହି ପ୍ରତିବାଦ ଆଗାମୀ ଦିନରେ ଆହୁରି ତୀବ୍ର ରୂପ ନେବ କି ନାହିଁ, ସେନେଇ ସମସ୍ତଙ୍କ ନଜର ରହିଛି ।

