ଫିଫା ବିଶ୍ବକପ୍ ଗ୍ରୁପ‘ଡି’ର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୨-୦ରେ ତୁର୍କୀଏକୁ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ବଂଶୋଦ୍ଭବ ନିଶାନ ଭେଲୁପିଲାଇ ବିଶ୍ବକପ୍ ପଦାର୍ପଣ କରିଛନ୍ତି।
ଫିଫା ବିଶ୍ବକପ୍ ଗ୍ରୁପ‘ଡି’ର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୨-୦ରେ ତୁର୍କୀଏକୁ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ବଂଶୋଦ୍ଭବ ନିଶାନ ଭେଲୁପିଲାଇ ବିଶ୍ବକପ୍ ପଦାର୍ପଣ କରିଛନ୍ତି। ମ୍ୟାଚ୍ର ୨୭ ତମ ମିନିଟ୍ରେ ନେଷ୍ଟୋରି ଇରାନ୍କୁଣ୍ଡା ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ସ୍ଥିତିକୁ ବରାବର କରିବାକୁ ତୁର୍କୀଏ ଉଦ୍ୟମ କରିଥିଲେ ବି ତାହା ଫଳବତୀ ହୋଇପାରିନଥିଲା। ଦ୍ବିତୀୟାର୍ଦ୍ଧରେ ବି ତୁର୍କୀଏ ଆକ୍ରାମକ ଖେଳ ପ୍ରଦର୍ଶନ କରି ଗୋଲ୍ ଦେବାକୁ ଉଦ୍ୟମ କରିଥିଲା, କିନ୍ତୁ ଅଷ୍ଟ୍ରେଲିଆର ଶକ୍ତିଶାଳୀ ପ୍ରତିରକ୍ଷା ତାହାକୁ ପଣ୍ଡ କରିଦେଇଥିଲା। ତୁର୍କୀଏ ପକ୍ଷରୁ ଅବଦୁଲକରିମ୍ ବାର୍ଡାକ୍ସିଙ୍କ ଏକ ସଟ୍କୁ ଅଷ୍ଟ୍ରେଲିଆ ଗୋଲ୍ରକ୍ଷକ ପାଟ୍ରିକ୍ ବିଚ୍ ଅତ୍ୟନ୍ତ ଚମତ୍କାରଭାବେ ପଣ୍ଡ କରିବା ସହ ଏକ ନିଶ୍ଚିତ ଗୋଲ୍ ହେବାରୁ ରକ୍ଷା କରିଦେଇଥିଲେ। ତେବେ ମ୍ୟାଚ୍ର ୭୫ତମ ମିନିଟ୍ରେ କନର୍ ମେଟ୍କାଫେ ଅଷ୍ଟ୍ରେଲିଆ ତରଫରୁ ଦ୍ବିତୀୟ ଗୋଲ୍ ଦେଇ ସ୍ଥତିକୁ ୨-୦କୁ ଆଣିଥିଲେ।
ଆଗ୍ଲୋ-ଇଣ୍ଡିଆନ୍ ମା’ ଜିଲିଆନ୍ ଭେଲୁପିଲାଇଙ୍କଠାରୁ ଜନ୍ମିତ ୨୫ ବର୍ଷୀୟ ନିଶାନ ମ୍ୟାଚ୍ର ୬୧ତମ ମିନିଟ୍ରେ ପଡ଼ିଆରେ ପ୍ରବେଶ କରି ନିଜର ଚମତ୍କାର ପ୍ରତିରକ୍ଷା କୌଶଳର ପ୍ରଦର୍ଶନ କରିଥିଲେ। ନିଶାନ ଅଷ୍ଟ୍ରେଲିଆର ବିଭିନ୍ନ ଘରୋଇ କ୍ଲବରେ ଖେଳିବା ପରେ ୨୦୨୪ରେ ଜାତୀୟ ଦଳରେ ପଦର୍ପଣ କରିଥିଲେ। ବିଶ୍ବକପ୍ ଯୋଗ୍ୟତା ପର୍ୟ୍ୟାୟରେ ସେ ଚୀନ ବିପକ୍ଷରେ ଗୋଲ୍ କରି ନିଜ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

