୭ଦିନର ସଂଘର୍ଷ ପରେ ଆଖି ବୁଜିଲେ ଯୁବତୀ : ପିପିଲି ବଳଙ୍ଗା ଥାନା ଅଞ୍ଚଳର ଘଟଣା

ଅନ୍ତରଙ୍ଗ ସମୟର ବାର୍ତ୍ତାଳାପ ଭାଇକୁ ପଠାଇବାରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା । ୭ଦିନ ପରେ ଆଖି ବୁଜିଲେ ପିଡିତା ଯୁବତୀ । ପୁରୀ  ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ଯୁବତୀଙ୍କ ସହିତ ୨ଜଣ ଯୁବକ ଶାରିରୀକ ସମ୍ପର୍କ ରଖିବା ଓ ସେମାନଙ୍କ କଥାରେ ରାଜି ନ ହେବାରୁ ତାଙ୍କ ଭାଇଙ୍କ ପାଖକୁ ଅଶ୍ଳିଳ ବାର୍ତ୍ତାଳାପ ଅଡିଓ ପଠାଇଥିଲେ ଅଭିଯୁକ୍ତ ।

ଅନ୍ତରଙ୍ଗ ସମୟର ବାର୍ତ୍ତାଳାପ ଭାଇକୁ ପଠାଇବାରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା । ୭ଦିନ ପରେ ଆଖି ବୁଜିଲେ ପିଡିତା ଯୁବତୀ । ପୁରୀ  ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ଯୁବତୀଙ୍କ ସହିତ ୨ଜଣ ଯୁବକ ଶାରିରୀକ ସମ୍ପର୍କ ରଖିବା ଓ ସେମାନଙ୍କ କଥାରେ ରାଜି ନ ହେବାରୁ ତାଙ୍କ ଭାଇଙ୍କ ପାଖକୁ ଅଶ୍ଳିଳ ବାର୍ତ୍ତାଳାପ ଅଡିଓ ପଠାଇଥିଲେ ଅଭିଯୁକ୍ତ । ଯୁବତୀ ଜଣଙ୍କ ଲୋକ ଲଜ୍ୟା  ସହିନପାରି ଘରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ୭ଦିନ କାଳ ଜୀବନ ମରଣ ସହ ସଙ୍ଘର୍ଷ କରିବା ପରେ ଶୁକ୍ରବାର ଦିନ ଯୁବତୀଙ୍କ ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ମାମଲାରେ ବଳଙ୍ଗା ପୁଲିସ୍  ଏହି ଥାନା ଅନ୍ତର୍ଗତ ହରିପୁର ଗ୍ରାମର ମୁନା ବେହେରା ଓ ସମରୋଇ ଶାସନ ଗ୍ରାମର ଚନ୍ଦନ ବେହେରା ନାମକ ୨ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି ଘଟଣା ଅଞ୍ଚଳରେ କେବେ ଘଟିନଥିଲା ବେଳେ ସାଧାରଣରେ ଏହାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି  ହେଉଛି। 

Leave a Reply

Your email address will not be published. Required fields are marked *